Latest Odisha News

BREAKING NEWS

ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ୪ ଭାରତୀୟ ମହିଳା ସାମିଲ୍‌; ଜାଣନ୍ତୁ କିଏ କିଏ ଅଛନ୍ତି ଏହି ତାଲିକାରେ

ନୂଆଦିଲ୍ଲୀ: ବିବିସି ୨୦୨୦ ପାଇଁ ବିଶ୍ବର ୧୦୦ ପ୍ରେରଣାଦାୟକ ତଥା ପ୍ରଭାବଶାଳୀ ମହିଳାଙ୍କ ତାଲିକା ପ୍ରସ୍ତୁତ କରିଛି। ବିବିସି ଏହାର ତାଲିକାରେ ୧୦୦ ମହିଳାଙ୍କୁ ସ୍ଥାନ ଦେଇଛି, ଯେଉଁମାନେ ପରିବର୍ତ୍ତନ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ଏବଂ ଯାହା ମାଧ୍ୟମରେ କରାଯାଇଥିବା କାର୍ଯ୍ୟ ମଧ୍ୟ ଏହାର ପ୍ରଭାବ ପକାଇଛି। ଏଥି ସହିତ ବିବିସିର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଭାରତର ଚାରିଜଣ ମହିଳା ମଧ୍ୟ ସ୍ଥାନିତ ହୋଇଛନ୍ତି।

ବିବିସିର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ପାରା-ଆଥଲେଟ୍ ତଥା ବର୍ତ୍ତମାନର ପାରା-ବ୍ୟାଡମିଣ୍ଟନ୍ ବିଶ୍ୱ ଚାମ୍ପିଅନ୍ ମାନସୀ ଯୋଶୀ, ପରିବେଶ କାର୍ଯ୍ୟକର୍ତ୍ତା ରିଦ୍ଧିମା ପାଣ୍ଡେ, ବିଲକିସ୍ ବାନୋ ଏବଂ ସଙ୍ଗୀତଜ୍ଞ ଇସାୱାନି ଅଛନ୍ତି। ଉଲ୍ଲେଖ ଥାଉ କି, ନାଗରିକତ୍ୱ ସଂଶୋଧନ ଅଧିନିୟମ ସିଏଏ ବିରୋଧରେ ଶାନ୍ତିପୂର୍ଣ୍ଣ ବିରୋଧ ସମୟରେ ୮୨ ବର୍ଷିୟ ବିଲକିସ୍ ବାନୋଙ୍କ ନାମ ଲୋକଲୋଚନକୁ ଆସିଥିଲା। ଦିଲ୍ଲୀର ଶାହିନ୍ ବାଗରେ ସିଏଏ ବିରୋଧରେ ଦୀର୍ଘ ବିରୋଧର ପ୍ରତୀକ ପାଲଟିଥିଲେ ବିଲ୍‌କିସ୍‌ ବାନୋ।

 

Leave A Reply

Your email address will not be published.