Latest Odisha News

BREAKING NEWS

ଆଜିଠୁ ସିଙ୍ଗଲ୍ ନାହାଁନ୍ତି ମିର୍ଜାପୁରର ରବିନ୍

ମୁମ୍ବାଇ: ଚର୍ଚ୍ଚିତ ୱେବ୍ ସିରିଜ ମିର୍ଜାପୁର ସିଜିନ-୨ । ଏଥିରେ ୟେ ଭି ଠିକ୍ ହୈ ଭଳି ପଂଚ ଲାଇନ୍ କହି ଖୁବ ଚର୍ଚ୍ଚା ସାଉଣ୍ଟିଥିଲେ ଅଭିନେତା ପ୍ରିୟାଂଶୁ ପେନ୍ୟୁଲି । ଏହି ଅଭିନେତା ନିଜ ପ୍ରେମିକା ଅଭିନେତ୍ରୀ ତଥା ଡାନ୍ସର ବନ୍ଦନା ଜୋଶୀଙ୍କୁ ବହୁ ପୂର୍ବରୁ ବିବାହ କରିବାକୁ ଯୋଜନା କରିଥିଲେ । ହେଲେ ଲକ୍‌ଡାଉନ୍ ପାଇଁ ତାହା ସମ୍ଭବ ହୋଇପାରିନଥିଲା ।

୨୦୧୩ରେ ମୁମ୍ବାଇର ରଙ୍ଗମଂଚରେ ଦୁହିଁଙ୍କର ପ୍ରଥମେ ସାକ୍ଷାତ ହୋଇଥିଲା । ନିଜନିଜ କ୍ୟାରିୟର ପାଇଁ ଦୁହେଁ ବହୁ ସଂଘର୍ଷ କରିଥିଲେ ବି କେହି କାହାଠୁ ଦୂରେଇବାକୁ ଚିନ୍ତା କରିନଥିଲେ । ଶେଷରେ ସବୁ ପରିସ୍ଥିତିକୁ ସାମ୍ନା କରି ଦୁହେଁ ନିଜ ପ୍ରେମ ସଂପର୍କକୁ ବିବାହରେ ପରିଣତ କରିଛନ୍ତି ।

ବ୍ୟାଙ୍ଗ ବାଜା ବାରାତ୍ ଭଳି ୱେବ୍ ସିରିଜ ଜରିଆରେ ପ୍ରିୟାଂଶୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ପରେପରେ ଲଭ ଆଟ୍ ଫାଷ୍ଟ ସାଇଟ୍ ଓ ରକ୍ ଅନ୍‌-୨ ଭଳି ଫିଲ୍ମରେ ତାଙ୍କୁ ଅଭିନୟ ପାଇଁ ସୁଯୋଗ ମିଳିଥିଲା । ଅନକ ୱେବ୍ ସିରିଜ୍ ଓ ଫିଲ୍ମରେ ଅଭିନୟ କରିଥିବା ପ୍ରିୟାଂଶୁ ଖାସ କରି ହଲିଉଡ୍ ଆକ୍ସନ ଥ୍ରୀଲର ଏକ୍ସଟ୍ରାକ୍ସନ୍‌ରେ ରଣଦୀପ ହୁଡ୍ଡା ଓ ଖ୍ରୀସ୍ ହେମ୍ସୱର୍ଥଙ୍କ ବିରୋଧରେ ନେଗେଟିଭ କିର୍ଦାର ପାଇଁ ଚର୍ଚ୍ଚାକୁ ଆସିଥିଲେ ।

ନିକଟରେ ୱେବ୍ ସିରିଜ୍ ମିର୍ଜାପୁର-୨ରେ ତାଙ୍କୁ ରବିନ୍ କିର୍ଦାରରେ ଦେଖିବାକୁ ମିଳିଥିଲା । ଆଗାମୀ ଦିନରେ ଏହି ଅଭିନେତା ତାପସୀ ପନ୍ନୁଙ୍କ ସହ ଫିଲ୍ମ ରଶ୍ମୀ ରକେଟ୍ ଓ ଇଶାନ ଖଟ୍ଟରଙ୍କ ସହ ଫିଲ୍ମ ପିପାରେ ନଜର ଆସିବେ ।

ପ୍ରଫେସ୍ନାଲ କ୍ୟାରିୟରକୁ ବାଦ୍ ଦେଲେ ଆଜି ନିଜ ପ୍ରେମିକା ବନ୍ଦନାଙ୍କୁ ସେ ବିବାହ କରିଛନ୍ତି । ସୋସିଆଲ୍ ମିଡିଆରେ ଦୁହିଁଙ୍କର ବେଶ କିଛି ଫଟୋ ବି ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ ଏହି ନବବିବାହିତ ଦମ୍ପତ୍ତି ଖୁବଶୀଘ୍ର ଏକ ୱେବ୍ ସିରିଜରେ ଏକାଠି ନଜର ଆସିବେ ।

Leave A Reply

Your email address will not be published.