Latest Odisha News

BREAKING NEWS

ପୁରୀ: ଦୁର୍ବୃତ୍ତଙ୍କ ଆକ୍ରମଣରେ ଶ୍ରଦ୍ଧାଳୁ ଗୁରୁତର ଆହତ

ପୁରୀ : ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂ ନିକଟରେ ମଙ୍ଗଳବାର ରାତିରେ କିଛି ଦୁର୍ବୃତ୍ତ ଜଣେ ଶ୍ରଦ୍ଧାଳୁଙ୍କ ଉପରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଭକ୍ତ ଜଣକ ବାଲେଶ୍ୱର ଜିଲ୍ଲାର ପ୍ରମୋଦ ଜେନା ବୋଲି ଜଣାପଡ଼ିଛି ।

ପ୍ରମୋଦ ଶ୍ରୀଜଗନ୍ନାଥ ମନ୍ଦିରରୁ ଦର୍ଶନ ସାରି ଜଗନ୍ନାଥ ବଲ୍ଲଭ ପାର୍କିଂ ଆଡକୁ ଆସୁଥିବା ବେଳେ ଅଚାନକ କିଛି ଦୁର୍ବୃତ୍ତ ତାଙ୍କ ମନିପର୍ସ ଏବଂ ମୋବାଇଲ ଫୋନ୍ ଲୁଟିବାକୁ ଚେଷ୍ଟା କରିଥିଲେ। ପ୍ରମୋଦ ଦୁର୍ବୃତ୍ତଙ୍କୁ ବାଧା ଦେବାରୁ ସେମାନେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି । ଆହୁରି ମଧ୍ୟ ପ୍ରମୋଦ ସାହାଯ୍ୟ ପାଇଁ ଚିତ୍କାର କରିବାରୁ ଦୁବୃର୍ତ୍ତମାନେ ଏକ ବାଇକ ଯୋଗେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

ଅନ୍ୟପକ୍ଷରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ତାଙ୍କର ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ନେଇ ଜଣାପଡିଛି । ପୁରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଆହୁରି ମଧ୍ୟ ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରୀ ଜେନାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ପରବର୍ତ୍ତୀ ସମୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ତେବେ ଘଟଣାର ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ପୋଲିସ ତଦନ୍ତ ଆରମ୍ଭ କରିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.