Latest Odisha News

ବିଶ୍ୱ କରୋନା; ୨୪ ଘଣ୍ଟାରେ ୬ ଲକ୍ଷରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ମହାମାରୀର ଗତି ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱର ୨୧୮ଟି ଦେଶରେ ୬ ଲକ୍ଷରୁ ଅଧିକ ନୂଆ କରୋନା ଭୂତାଣୁ ମାମଲା ରିପୋର୍ଟ ହୋଇଛି। ଏଥିସହ ୧୦,୭୫୭ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ସର୍ବାଧିକ କ୍ଷତି ସହିଛି। ଏହା ପରେ ଇଟାଲୀ, ମେକ୍ସିକୋ, ଫ୍ରାନ୍ସ, ପୋଲାଣ୍ଡ, ବ୍ରିଟେନ, ବ୍ରାଜିଲ, ଋଷିଆ ଏବଂ ଭାରତରେ ସର୍ବାଧିକ ମୃତ୍ୟୁ ଘଟିଛି। ଫ୍ରାନ୍ସକୁ ପରାସ୍ତ କରି ସର୍ବାଧିକ ସଂକ୍ରମିତ ତାଲିକାରେ ଋଷିଆ ଚତୁର୍ଥ ସ୍ଥାନରେ ରହିଛି।

BjdElectrycity

ୱାର୍ଲଡ୍‌ ମିଟର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ୱରେ ୬ କୋଟି ୧୯ ଲକ୍ଷ ମାମଲା ରିପୋର୍ଟ ହୋଇଛି। ଏଥିସହିତ ଏପର୍ଯ୍ୟନ୍ତ ୧୪ ଲକ୍ଷ ୪୮ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଯେଉଁଠାରେ ୪ କୋଟି ୨୭ ଅଧିକ ଲକ୍ଷ ଲୋକ ଆରୋଗ୍ୟ ହୋଇଛନ୍ତି। ୧ କୋଟି ୭୭ ଲକ୍ଷ ୩୭ ହଜାର ଲୋକ ଏବେବି କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.