Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ଡିସେମ୍ବର ୨୭ରେ ‘ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ’ର ଉଦଘାଟନ କରିବେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ୨୭ରେ ହେବାକୁ ଥିବା ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ର ଉଦଘାଟନ କରିବେ । ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଠାରେ ଆୟୋଜିତ ଏହି ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଡିସେମ୍ବର ୨୭ ତାରିଖ ଦିନ ଆରମ୍ଭ ହେବ ।

BjdElectrycity

ଦେଶ ଭିତରୁ ଏବଂ ଅନ୍ୟ ୧୫ଟି ଦେଶରୁ ପ୍ରାୟ ୮୦୦ ଶିଶୁ ଏକାଠି ହେବେ ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ଏନସିଏସସିିରେ ଭାଗ ନେବାକୁ ଆସିଥିବା ଶିଶୁମାନଙ୍କୁ ସମ୍ବୋଧିତ କରିବେ । ଏହି ସମ୍ମିଳନୀରେ ଦେଶ ସମେତ ୫ଟି ଗଲ୍ଫ ଏବଂ ୧୦ଟି ଆସିଆନ୍ ରାଷ୍ଟ୍ରର ଶିଶୁମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଏବଂ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ।

୧୦ ରୁ ୧୭ ବର୍ଷ ବୟସର ୮୦୦ ଛାତ୍ରଛାତ୍ରୀ ଏହି ବିଜ୍ଞାନ କଂଗ୍ରେସରେ ଯୋଗ ଦେବେ । ନ୍ୟାସ୍ନାଲ୍ କାଉନ୍ସିଲ୍ ଫର୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କମ୍ୟୁନିକେସନ୍ (ଏନସିଏସସିି)ର ସହଯୋଗରେ ଆୟୋଜିତ ହେଉଥିବା ଏହି ବିଜ୍ଞାନ କଂଗ୍ରେସରେ ସ୍କୁଲ୍ରେ ପାଠ ପଢ଼ୁଥିବା ପିଲାଙ୍କ ସମେତ କିଛି ଭିନ୍ନକ୍ଷମ ଏବଂ ସ୍କୁଲ୍ ଯାଉନଥିବା ଶିଶୁମାନେ ମଧ୍ୟ ସାମିଲ୍ ହେବେ ।

ଦେଶର ଜନସାଧାରଣଙ୍କ ପାଖରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ପହଂଚାଇବାର ଦାୟିତ୍ୱ ନେଇଥିବା ଏନ୍ସିଏସ୍ଟିସି ଶିଶୁ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଥାଏ । କେନ୍ଦ୍ର ସରକାରଙ୍କର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ (ଡିଏସଟି) ଦ୍ୱାରା ସମର୍ଥିତ ଏହି କାର୍ଯ୍ୟକ୍ରମ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଭାବେ ଆୟୋଜିତ ହେଉଛି । ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ମୁଖ୍ୟ ପ୍ରସଙ୍ଗ ହେଉଛି “ସ୍ୱଚ୍ଛ, ସବୁଜ ଏବଂ ସୁସ୍ଥ ଦେଶ ପାଇଁ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ନୂତନ ପ୍ରବର୍ତନ ।

୧୯୯୩ ମସିହାରେ ପ୍ରଥମେ ଆରମ୍ଭ ହୋଇଥିବା ଏହି ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ଆୟୋଜିତ ହେବାକୁ ଯାଉଛି । ବିଜ୍ଞାନ କଂଗ୍ରେସରେ ଭାଗ ନେଉଥିବା ଶିଶୁଙ୍କ ବ୍ୟତୀତ ପ୍ରାୟ ୪୦୦ ଶିକ୍ଷକ, ଗାଇଡ୍, ଶିଶୁଙ୍କୁ ସହଯୋଗ କରୁଥିବା ବ୍ୟକ୍ତି ଏବଂ ଅଭିଭାବକମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଅନେକ ବିଶିଷ୍ଟ ବୈଜ୍ଞାନିକ, ଗବେଷକ ଏବଂ ମୂଲ୍ୟାଙ୍କନକାରୀ ମଧ୍ୟ ଏହି ବିଜ୍ଞାନ କଂଗ୍ରେସ୍ରେ ସାମିଲ୍ ହେବେ । କଂଗ୍ରେସର ଉଦ୍ଘାଟନ ସୋଆର କ୍ୟାମ୍ପସ୍ ୨ରେ ଥିବା ୧୪୦୦ ସିଟ୍ ବିଶିଷ୍ଟ ଅଡିଟୋରିୟମ୍ରେ ଆୟୋଜିତ କରାଯିବ । ଏହାଛଡ଼ା ଟେକ୍ନିକାଲ୍ ସେସନ୍ଗୁଡ଼ିକ ସହିତ ବିଭିନ୍ନ ପ୍ରଦର୍ଶନୀ ଏବଂ ଆଲୋଚନାଚକ୍ର କ୍ୟାମ୍ପସ୍ ୨ରେ ଥିବା ଅନ୍ୟ ହଲ୍ଗୁଡ଼ିକରେ ଆୟୋଜିତ ହେବ ।

ଫୋକାଲ୍ ଥିମ୍ ଏବଂ ଆଇଡେଂଟିଫାଏଡ୍ ସବ୍ ଥିମ୍ଗୁଡ଼ିକ ଉପରେ ଶିଶୁମାନେ ସେମାନଙ୍କର ଗବେଷଣା ପ୍ରସୂତ ରିପୋର୍ଟ ଏହି ଟେକ୍ନିକାଲ୍ ସେସନ୍ରେ ଉପସ୍ଥାପନ କରିବେ । ସମାଜରେ ରହିଥିବା ସମସ୍ୟାଗୁଡ଼ିକର କାରଣ କ’ଣ ଏବଂ ଏସବୁକୁ ବିଜ୍ଞାନ ଭିତିକ ଚିନ୍ତାଧାରା ଅନୁଯାୟୀ କିପରି ସମାଧାନ କରାଯିବ ସେ ଦିଗରେ ଶିଶୁମାନେ ଚିନ୍ତା କରି ନିଜର ପ୍ରୋଜେକ୍ଟ ପ୍ରସ୍ତୁତ କରିବେ । ଏଥି ସହିତ ବିଭିନ୍ନ କାର୍ଯ୍ୟକୁ ସୁକ୍ଷ୍ମ ଭାବେ ପରଖିବା, ଉଚିତ୍ ପ୍ରଶ୍ନ ଉଠାଇବା, ପରିକଳ୍ପନା କରିବା, ମଡେଲ ପ୍ରସ୍ତୁତ କରିବା, ବିଭିନ୍ନ ଫିଲ୍ଡ ୱାର୍କ, ଗବେଷଣା ଏବଂ ନୂଆ ଦିଗରେ ଚିନ୍ତା କରିବା ନେଇ ଶିଶୁମାନେ ଏହି ବିଜ୍ଞାନ କଂଗ୍ରେସରେ କାର୍ଯ୍ୟ କରିବେ । ନୂଆ ନୂଆ ଉଦ୍ଭାବନ କରିବା ନେଇ ଶିଶୁମାନଙ୍କୁ ପ୍ରୋତ୍ସାହିତ କରାଇବା ଏହି ବିଜ୍ଞାନ କଂଗ୍ରେସର ମୂଳ ଲକ୍ଷ୍ୟ ।

ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଥିବା ସୋଆ (ଡିମ୍ଡ ଟୁ ବି ୟୁନିଭର୍ସିଟ) ପାଇଁ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଆୟୋଜନ କରିବା ଏକ ଗର୍ବର ବିଷୟ । କେନ୍ଦ୍ର ମାନବସମ୍ବଳ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହୋଇଥିବା ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ପକ୍ଷରୁ ସୋଆ ୨୦୧୮ ମସିହାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ତାଲିକାରେ ୨୪ତମ ସ୍ଥାନ ହାସଲ କରିଛି ।

Leave A Reply

Your email address will not be published.