Latest Odisha News

ଆଡିଲେଡରେ ରିଚାର୍ଡ୍ସ, ଲାରାଙ୍କ ରେକର୍ଡ ଭାଙ୍ଗିବେ କୋହଲି

ନୂଆଦିଲ୍ଲୀ: ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଭାରତ ବିଜୟ ହାସଲ କରିଛି । ଏହି ମ୍ୟାଚ ପର୍ଥରେ ଖେଳା ଯାଇଥିଲା । ଡିସେମ୍ବର ୬ରୁ ଆଡିଲେଡରେ ପିଙ୍କ ବଲ ଟେଷ୍ଟ ଖେଳାଯିବ । ପର୍ଥ ଟେଷ୍ଟରେ ଶତକ ହାସଲ କରି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଫର୍ମକୁ ଫେରିଛନ୍ତି । ଏଥିସହ ସେ ଅଷ୍ଟ୍ରେଲିଆରେ ଭାରତ ପକ୍ଷରୁ ସର୍ବାଧିକ ୭ ଶତକ ମଧ୍ୟ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ୬ ଶତକ ସହ ପ୍ରଥମ ସ୍ଥାନରେ ଥିଲେ । ଦ୍ୱିତୀୟ ଟେଷ୍ଟରେ ମଧ୍ୟ ପ୍ରଶଂସକମାନେ ତାଙ୍କଠାରୁ ଆଉ ଏକ ଭଲ ଇନିଂସ ଆଶା କରୁଛନ୍ତି ।

ଆଡିଲେଡରେ ବିଦେଶୀ ଖେଳାଳି ଭାବେ ବ୍ରାଏନ ଲାରା ସର୍ବାଧିକ ୬୧୦ ରନ କରିଛନ୍ତି । ସେହିପରି ଭିଭିଆନ ରିଚାର୍ଡ୍ସ ୫୫୨ ରନ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ରିଚାର୍ଡ୍ସ ରେକର୍ଡ ଅତିକ୍ରମ କରିବା ପାଇଁ କୋହଲିଙ୍କୁ ୪୪ରନ ଏବଂ ଲାରାଙ୍କ କୀର୍ତିମାନ ଧ୍ୱସ୍ତ କରିବା ନିମନ୍ତେ ୧୦୨ ରନ ଆବଶ୍ୟକ କରୁଛନ୍ତି । ଆଡିଲେଡରେ ବିରାଟଙ୍କ ରେକର୍ଡ ମଧ୍ୟ ଭଲ ରହିଛି । ସେ ଏଠାରେ ୪ଟି ମ୍ୟାଚରେ ୫୦୯ ରନ ସଂଗ୍ରହ କରିଛନ୍ତି । ଏଠାରେ ୧୪୧ ତାଙ୍କର ଶ୍ରେଷ୍ଠ ସ୍କୋର ରହିଛି ।

Comments are closed.