Latest Odisha News

ପୁନର୍ବାର ହାରିଲା ଟିମ୍ ଇଣ୍ଡିଆ,୨-୦ରେ ଅଗ୍ରଣୀ ରହି ସିରିଜ ଜିତିନେଲା କଙ୍ଗାରୁ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୫୧ ରନରେ ପରାଜିତ ହୋଇଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ଟିମ୍ ଇଣ୍ଡିଆ ବିଦେଶୀ ମାଟିରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ସିରିଜ ହାରିଛି । ପୂର୍ବରୁ ନ୍ୟୁଜିଲାଣ୍ଡ ୩-୦ରେ ଭାରତକୁ ହରାଇଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୩୯୦ ରନର ବିଶାଳ ଟାର୍ଗେଟ ଭାରତକୁ ଦେଇଥିଲା । ଷ୍ଟିଭ ସ୍ମିଥ (୧୦୪), ଡେଭିଡ ୱାର୍ଣ୍ଣର(୮୩), ଆରୋନ ଫିଂଚ (୬୦), ମାର୍ଣ୍ଣସ ଲାବୁସେନ(୭୦) ଓ ଗ୍ଲେନ ମ୍ୟାକ୍ସୱେଲ (୬୩) ରନର ଇନିଂସ ଖେଳିଥିଲେ ।

ଜବାବରେ ଭାରତ ୯ ଉଇକେଟ ହରାଇ ୩୩୮ ରନ କରିବାକୁ ସକ୍ଷମ ହୋଇଥିଲା । ଅଧିନାୟକ ବିରାଟ କୋହଲି ୮୯ ଓ ଲୋକେଶ ରାହୁଲ ୭୬ ରନର ଇନିଂସ ଖେଳିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା । ତୃତୀୟ ତଥା ଅନ୍ତିମ ମ୍ୟାଚ ଡିସେମ୍ବର ୨ରେ କାନାବେରାରେ ଖେଳାଯିବ ।

Leave A Reply

Your email address will not be published.