Latest Odisha News

BREAKING NEWS

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ବେଳେ ପ୍ରେମ ନିବେଦନ

ସିଡନୀ: ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଟିମ୍ ଇଣ୍ଡିଆ ପରାଜିତ ହୋଇଛି । ତେବେ ଏହି ମ୍ୟାଚ ଅବସରରେ ଜଣେ ଭାରତୀୟ ପ୍ରଶଂସକ ଓ ତାଙ୍କ ଅଷ୍ଟ୍ରେଲୀୟ ଗାର୍ଲଫ୍ରେଣ୍ଡଙ୍କୁ ଦର୍ଶକ ଗ୍ୟାଲେରୀରେ ପ୍ରେମ ନିବେଦନ କରିଥିଲେ । ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୩୫ ରନ କରି ଖେଳୁଥିବା ବେଳେ ଯୁବକଜଣଙ୍କ ମୁଦି ଦେଇ ବିବାହ ପ୍ରସ୍ତାବ ଦେଇଥିଲେ । ମହିଳାଜଣଙ୍କ ଏହାକୁ ସ୍ୱୀକାର କରିବା ମାତ୍ରେ ଷ୍ଟାଡିୟମରେ ଉପସ୍ଥିତ ଅନ୍ୟମାନେ କରତାଳି ଦେଇ ସେମାନଙ୍କୁ ଉତ୍ସାହିତ କରିଥିଲେ ।

ଅଷ୍ଟ୍ରେଲିଆର ଷ୍ଟାର ଖେଳାଳି ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ ତାଳି ମାରିଥିଲେ । ସୂଚନାଯୋଗ୍ୟ, ମ୍ୟାକ୍ସୱେଲ ଜଣେ ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଛନ୍ତି । ସେମାନେ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ।

Leave A Reply

Your email address will not be published.