ନୂଆଦିଲ୍ଲୀ: ଭାରତର ରାଷ୍ଟ୍ର ଗାନ ଜନ ଗଣ ମନକୁ ପରିବର୍ତନ କରିବା ପାଇଁ ବିଜେପି ସଦସ୍ୟ ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି । ସେ କହିଛନ୍ତି ୧୯୪୯ ନଭେମ୍ବର ୨୬ରେ ବିନା ଭୋଟିଂରେ ଜନ ଗନ ମଣକୁ ସ୍ୱୀକୃତି ମିଳିଥିଲା । ସେ ସମୟରେ ଆବଶ୍ୟକ ପଡିଲେ ରାଷ୍ଟ୍ର ଗାନରେ ପରିବର୍ତନ କରାଯାଇ ପାରିବ ବୋଲି ଉଲ୍ଲେଖ ଥିଲା ।
୧୯୧୧ ଡିସେମ୍ବର ୨୭ରେ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ରଚିତ ଏହି ଗୀତ କଂଗ୍ରେସ ଅଧିବେଶନରେ ବ୍ରିଟିଶ ରାଜାଙ୍କୁ ସ୍ୱାଗତ କରିବା ପାଇଁ ଏହା ଗାନ କରାଯାଇଥିଲା । ଏହାର ପ୍ରଥମ ୧୩ ଧାଡିକୁ ରାଷ୍ଟ୍ର ଗାନ ଭାବେ ଗାନ କରାଯାଉଛି । ସୁବାଷଚନ୍ଦ୍ର ବୋଷଙ୍କ ଦ୍ୱାରା ଏହି ଗୀତରେ କିଛି ପରିବର୍ତନ କରାଯାଇଥିଲା । ଏହାକୁ ରାଷ୍ଟ୍ରଗାନ ଭାବେ ବ୍ୟବହାର କରାଯାଇ ପାରିବ ବୋଲି ସ୍ୱାମୀ ତାଙ୍କ ପତ୍ରରେ ଲେଖିଛନ୍ତି । ଲୋକସଭାରେ ଏହି ବିଲ ପାରିତ ହେବା ସମ୍ଭାବନା ଥିଲେ ମଧ୍ୟ ରାଜ୍ୟସଭାରେ ଅଟକି ଯାଇପାରେ ବୋଲି ପୂର୍ବାନୁମାନ କରାଯାଉଛି ।
Comments are closed.