Latest Odisha News

BREAKING NEWS

ଗଲୱାନ ଘାଟିରେ ସଂଘର୍ଷ, ଚୀନର ଯୋଜନାବଦ୍ଧ ଷଡଯନ୍ତ୍ର ଥିଲା !

ନୂଆଦିଲ୍ଲୀ: ଗଲୱାନ ଘାଟି ସଂଘର୍ଷ ଚୀନର ଯୋଜନାବଦ୍ଧ ଷଡଯନ୍ତ୍ର ଥିଲା ବୋଲି ଆମେରିକାର ଏକ ପ୍ରମୁଖ ଗୋଇନ୍ଦା ଏଜେନ୍ସି ରିପୋର୍ଟ ପ୍ରକାଶ କରିଛି । ରକ୍ଷା ମନ୍ତ୍ରୀ ଜେନରାଲ ୱେଇ ଫେଙ୍ଗଙ୍କ ପରାମର୍ଶ କ୍ରମେ ଏହି ଷଡଯନ୍ତ୍ର ରଚା ଯାଇଥିଲା । ସେ ଚୀନ ସରକାରଙ୍କୁ ଏଥିନେଇ ସେନାର ବ୍ୟବହାର ପାଇଁ ଅନୁମତି ମାଗିଥିଲେ । ୟୁନାଇଟେଡ ଷ୍ଟେଟସ ଚୀନ ଇକୋନୋମିକ ଆଣ୍ଡ ସିକ୍ୟୁରିଟି ରିଭ୍ୟୁ କମିଶନ (ୟୁଏସସିସି) ଏହି ତଥ୍ୟ ପ୍ରଦାନ କରିଛି । ଜୁନ ୨୦୨୦ରେ ଲାଇନ ଅଫ ଆକଚୁଆଲ କଂଟ୍ରୋଲରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ଭାରତର ୨୦ ସୈନିକ ଶହୀଦ ହୋଇଥିଲେ । ଚୀନରେ ଅଧିକ ସୈନ୍ୟ ମୃତ୍ୟୁବରଣ କରିଥିଲେ ମଧ୍ୟ ବିଧିବଦ୍ଧ ଭାବେ ଏହାର ସଂଖ୍ୟା ଘୋଷଣା କରାଯାଇ ନାହିଁ ।

ଚୀନ ଗଲୱାନ ଘାଟି ଅଂଚଳକୁ କବଜା କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନେଇଥିଲା । ୨୦୧୨ ଜିନପିଙ୍ଗ ଦାୟିତ୍ୱ ଗ୍ରହଣ କରିବା ପରେ ଉଭୟ ଦେଶ ମଧ୍ୟରେ ଅଶାନ୍ତି ବୃଦ୍ଧି ପାଇଥିଲା । ୬ଜୁନରେ କମାଣ୍ଡରସ୍ତରରେ ନିଷ୍ପତି ହୋଇଥିଲା ଉଭୟ ଦେଶ ସେମାନଙ୍କ ପୂର୍ବ ନିର୍ଦ୍ଧାରିତ ସୀମାକୁ ଫେରିଯିବେ । ମାତ୍ର ଚୀନ ଏହା କରି ନ ଥିଲା । କର୍ଣ୍ଣଲ ସନ୍ତୋଷ ବାବୁ ଏହାକୁ ବିରୋଧ କରିଥିଲେ । ଚୀନ ସେନା ତାଙ୍କ ଉପରେ ଆକ୍ରମଣ କରିଥିଲେ । ଏହା ପରେ ସଂଘର୍ଷ ବଢ଼ିଥିଲା । ଭାରତର ୨୦ ଏବଂ ଚୀନର ୪୦ରୁ ଊର୍ଦ୍ଧ୍ୱ ଯବାନ ମୃତ୍ୟୁବରଣ କରିଥିଲେ ।

Leave A Reply

Your email address will not be published.