ପ୍ରତି ବର୍ଷ ଡିସେମ୍ବର ୪ ତାରିଖରେ ଜାତୀୟ ‘ନୌ-ସେନା ଦିବସ’ ପାଳିତ ହୁଏ। ଡିସେମ୍ବର ୪, ଆମ ପାଇଁ ଏକ ବିଜୟ ଦିବସ ମଧ୍ୟ। ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ନୌ-ସେନାର ଅବଦାନ ଅତୁଳନୀୟ। ସପ୍ତଦଶ ଶତାବ୍ଦୀର ମରାଠା ଶାସକ ଛତ୍ରପତି ଶିବାଜୀଙ୍କୁ ‘ଭାରତୀୟ ନୌ-ସେନାର ଜନକ’ କୁୁହାଯାଏ। ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ୧୯୭୧ ଡିସେମ୍ବର ୪ ତାରିଖରେ ଭାରତୀୟ ନୌ-ସେନା କରାଚୀ ବନ୍ଦର ଆକ୍ରମଣ କରିଥିଲା। ଉକ୍ତ ଆକ୍ରମଣର ସାଙ୍କେତିକ ନାମ ଥିଲା- ‘ଟ୍ରାଇଡେଣ୍ଟ୍’। ଆକ୍ରମଣର ପରିଣାମ ସ୍ୱରୂପ ପାକିସ୍ତାନୀ ନୌ-ସେନାର ଡେଷ୍ଟ୍ରୟର୍ ‘ପିଏନ୍ଏସ୍ ଖାଇବର’ ଓ ମାଇନ୍ସ୍ୱିପର୍ ‘ପିଏନ୍ଏସ୍ ମୁହାଫିଜ’ ଧ୍ବଂସ ହୋଇଯାଇଥିଲା। ୭୨୦ ପାକିସ୍ତାନୀ ନୌ-ସୈନିକ ପ୍ରାଣ ହରାଇଥିଲେ। ତେଣୁ, ଡିସେମ୍ବର ୪, ଆମ ପାଇଁ ଏକ ବିଜୟ ଦିବସ।
BREAKING NEWS
- IADWS: ଏବେ ଦିଲ୍ଲୀକୁ ଜଗିବ ସ୍ୱଦେଶୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ
- ଟି୨୦ ବିଶ୍ୱକପ ୨୦୨୬ର ଟିକେଟ ବିକ୍ରି ଆରମ୍ଭ
- SIRର ଶେଷ ତାରିଖ ୧୪ ଦିନ ବୃଦ୍ଧି, ଜାଣନ୍ତୁ କେବେ ପର୍ଯ୍ୟନ୍ତ ଦାଖଲ ହୋଇପାରିବ ଫର୍ମ
- ଭାରତ ଓ ଚୀନ ଉପରେ ୫୦% ଟାରିଫ ଲଗାଇଲା ଏହି ଦେଶ
- Liquor Seized From medicine shop: ଔଷଧ ଦୋକାନରୁ ବାହାରିଲା ମଦ, ଦୋକାନୀ ଅଟକ
- ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା
- Demonetised currency seized: ୩.୫ କୋଟିରୁ ଉର୍ଦ୍ଧ୍ବ ବ୍ୟାନ ନୋଟ ଜବତ; ୪ ଗିରଫ
- ଇଣ୍ଡିଗୋର ବଡ ଘୋଷଣା; ଏଣିକି ମିଳିବ ୧୦ ହଜାର ଭାଉଚର୍, ଜାଣନ୍ତୁ କିଏ ପାଇବେ ସୁବିଧା
- ଜାଡେଜାଙ୍କୁ ପ୍ରଶଂସା କରୁ କରୁ ବିବାଦୀୟ କଥା କହିଗଲେ ରିଭାବା
- ଏମ୍ସ ଭୁବନେଶ୍ୱରରେ ଜୀବନ ପରିବର୍ତ୍ତନକାରୀ ଅସ୍ତ୍ରୋପଚାର, ଜଙ୍ଘକୁ ଛୁଇଁ ସାରିଥିଲା ମୁହଁ…
Comments are closed.