Latest Odisha News

ବନ୍ଦ ହୋଇଗଲା ଏସବିଆଇ ୟୋନୋ ଆପ୍

ମୁମ୍ବାଇ: ବନ୍ଦ ହୋଇଗଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସବିଆଇ)ର ମୋବାଇଲ ବ୍ୟାଙ୍କିଙ୍ଗ ଆପ୍‌ ‘ୟୋନୋ’ । ଏନେଇ ଏସବିଆଇ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି।

ସିଷ୍ଟମରେ ବୈଷୟିକ ତ୍ରୁଟି ଯୋଗୁ ସର୍ଭିସ୍‌ରେ ଅବ୍ୟବସ୍ଥା ହୋଇଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ବ୍ୟାଙ୍କିଙ୍ଗ ଆପ୍‌ ନ ସୁଧୁରିବା ପର୍ଯ୍ୟନ୍ତ ଗ୍ରାହକଙ୍କୁ ଫେକ୍‌ ଆପ ଉପରେ ଭରସା ନ କରିବା ଲାଗି ବ୍ୟାଙ୍କ ପରାମର୍ଶ ଦେଇଛନ୍ତି।

ସୂଚନାନୁସାରେ ୟୋନୋର ୨.୭୬ କୋଟି ଗ୍ରାହକ ଇତିମଧ୍ୟରେ ସୃଷ୍ଟି ହୋଇଛନ୍ତି। ଆପରେ ତ୍ରୁଟି ଯୋଗୁ ଗ୍ରାହକ ଲଗଇନ୍‌ କଲେ ଏମ୦୦୫ ଏରୋର ଆସୁଛି। ତେବେ ଏସବିଆଇର ପୂର୍ବରୁ ଏଚଡିଏଫସି ମଧ୍ୟ ଏହି ସମସ୍ୟାର ଶିକାର ହୋଇଥିଲେ।

ଏସବିଆଇର ଡିଜିଟାଲ ପ୍ଲାଟଫର୍ମରେ ୪୯କୋଟି ଗ୍ରାହକ ଅଛନ୍ତି। ଯେଉଁମାନେ ଦୈନିକ ଅନୁନ୍ୟ ୪ଲକ୍ଷ ଟ୍ରାଞ୍ଜାକ୍ସନ କରିଥାନ୍ତି। ବର୍ତ୍ତମାନ ସମୟରେ ୫୫ ପ୍ରତିଶତ ନେଣଦେଣ ଡିଜିଟାଲ ପ୍ଲାଟଫର୍ମରେ ହେଉଥିବା ଜଣାପଡିଛି।

ଯେଉଁମାନେ ଏହି ୟୋନୋ ଆପ୍‌ ସହ ଅଭ୍ୟସ୍ତ ଥିଲେ ସେମାନେ ହୁଏତ ଏସବିଆଇର ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ ଅଥବା ୟୋନୋ ଲାଇଟ୍‌ରୁ ବ୍ୟଙ୍କିଙ୍ଗ କରିପାରିବେ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.