କଟକ: କଟକ ଜିଲ୍ଲାର ୬୦ନଂ ରାଜ୍ୟ ରାଜପଥରେ ଶନିବାର ଦିନ ଏକ ଟ୍ରକ୍ ଜଣେ ବୟସ୍କ ସାଇକେଲ ଆରୋହୀଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।
ସମ୍ପୃକ୍ତ ସାଇକେଲ ଚାଳକ ଙ୍କ ନାମ ଶରତ ଚନ୍ଦ୍ର ଦଳାଇ (୬୦) ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ ନିଆଳି ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଟ୍ରକର ଡ୍ରାଇଭର ଏବଂ ହେଲପର ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଶରତ ସକାଳ ପ୍ରାୟ ୬.୩୦ମି. ସମୟରେ କାଳିଆଘାଇର ଏକ ବଜାରକୁ ଯାଉଥିବାବେଳେ ନିଆଳି ଅଭିମୁଖେ ଯାଉଥିବା ଏକ ପରିବା ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା।
ସାଇକେଲ ଆରୋହୀଙ୍କୁ ଧକ୍କା ଦେବା ପରେ ଟ୍ରକଟି ରାସ୍ତା କଡ଼ରେ ଥିବା ବ୍ରିଜ ତଳକୁ ଖସିପଡ଼ିଥିଲା।
ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ରାସ୍ତା ଅବରୋଧ କରିଥିଲେ।
Comments are closed.