Latest Odisha News

BREAKING NEWS

‘ଏସିଆନ୍ ଅଫ୍ ଦି ଇୟର’ରେ ସ୍ଥାନ ପାଇଲେ ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା

ନୂଆଦିଲ୍ଲୀ:କୋଭିଡ୍‌-୧୯ ମହାମାରୀର ମୁକାବିଲା ପାଇଁ ସିଙ୍ଗାପୁରର ଅଗ୍ରଣୀ ଦୈନିକ ଦି ଷ୍ଟ୍ରାଇଟ୍ସ ଟାଇମ୍ସ ଦ୍ୱାରା ପ୍ରକାଶିତ “ଏସିଆନ୍ ଅଫ୍ ଦି ଇୟର”ରେ ୬ ଜଣଙ୍କ ମଧ୍ୟରେ ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନାୱାଲା ସାମିଲ୍‌ ହୋଇଛନ୍ତି।

ପୁଣେ ଭିତ୍ତିକ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ଅକ୍ସଫୋର୍ଡ ୟୁନିଭରସିଟି ଏବଂ ବ୍ରିଟିଶ-ସ୍ୱିଡେନ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଆଷ୍ଟ୍ରାଜେନେକା ସହିତ କୋଭିଡ୍‌-୧୯ ଟିକା “କୋଭିଡଶିଲ୍ଡ” ତିଆରି କରିବାରେ ସହଯୋଗ କରିଛି ଏବଂ ଭାରତରେ ପରୀକ୍ଷା ଚାଲିଛି।

Leave A Reply

Your email address will not be published.