Latest Odisha News

BREAKING NEWS

କେଉଁ ଦଳ ପାଇଁ କଂଗ୍ରେସ ଛାଡିଲେ ଅଭିନେତ୍ରୀ ବିଜୟାଶାନ୍ତି ?

ହାଇଦ୍ରାବାଦ: ଅଭିନେତ୍ରୀରୁ ପଲିଟିସିଆନ୍ ପାଲଟିଥିବା ବିଜୟାଶାନ୍ତି କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ୨୦୧୪ରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଆସନ୍ତା ସୋମବାର ବିଜୟାଶାନ୍ତି ଭାରତୀୟ ଜନତା ପାର୍ଟିରେ ଯୋଗଦେବେ ।

ବିଜେପିରେ ଯୋଗଦେବା ସହ ସୋମବାର ବିଜୟାଶାନ୍ତି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନୂଆଦିଲ୍ଲୀରେ ଭେଟିବାର ଯୋଜନା ରହିଛି । ଏଥିପାଇଁ ତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଂଜୟ କୁମାର ହାଇଦ୍ରାବାଦରୁ ବାହାରି ଦିଲ୍ଲୀରେ ପହଂଚିଛନ୍ତି ।

ପୂର୍ବରୁ ଅକ୍ଟୋବର ମାସରେ ଅଭିନେତ୍ରୀ ଖୁସବୁ ସୁନ୍ଦର କଂଗ୍ରେସ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । କଂଗ୍ରେସରେ ରହି ଖୁସବୁ ଅତ୍ୟଧିକ ଚାପର ସମ୍ମୁଖୀନ ହୋଇଥିଲେ ବୋଲି ପ୍ରେସ୍ ବିବୃତ୍ତିରେ ଜଣାଇଥିଲେ । ତେବେ ବିଜୟାଶାନ୍ତି କେଉଁ କାରଣ ପାଇଁ କଂଗ୍ରେସ ଦଳ ଛାଡିଛନ୍ତି, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।

Leave A Reply

Your email address will not be published.