ସ୍ବାମୀନାଥନ୍ କମିଟି ସୁପାରିଶକୁ ଲାଗୁ ପାଇଁ ସଂକଳ୍ପ ଆକାରରେ କେନ୍ଦ୍ରକୁ ଅବଗତ କରାଇବ ରାଜ୍ଯ, ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ
ଭୁବନେଶ୍ୱର: ଦେଶରେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ। ନିଷ୍ପତ୍ତି ହୋଇଛି, ପୂର୍ବରୁ ଏମ୍. ଏମ୍. ସ୍ବାମୀନାଥନ୍ କମିଟି ସୁପାରିଶକୁ କାର୍ଯ୍ୟକାରୀ କରିବା ଓ ସର୍ବନିମ୍ନ ସହାୟକ ମୂଲ୍ୟକୁ ଦୁଇଗୁଣା କରିବା ପାଇଁ ପୂର୍ବ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରକୁ ଅବଗତ କରାଯିବ। ସ୍ବାମୀମାନେ କମିଟି ସୁପାରିଶ କୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ କ୍ୟାବିନେଟ ଦାବିକୁ ଦୋହରାଇବ।
୨୦୧୭-୨୦୧୮ରେ ସ୍ବାମୀନାଥନ୍ କମିଟି ସୁପାରିଶ ଲାଗୁ ପାଇଁ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା। ସେହିପରି ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍ ଏସପି ବୃଦ୍ଧି ପାଇଁ ବିଧାନସଭାରେ ସର୍ବସମ୍ମତ କ୍ରମେ ପ୍ରସ୍ତାବ ପାରିତ ହୋଇଥିଲା। ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ସ୍ବାମୀନାଥନ୍ କମିଶନଙ୍କ ସମସ୍ତ ସୁପାରିଶକୁ ସବୁ ଖାଦ୍ୟ ଶସ୍ୟ ପାଇଁ ଲାଗୁ କରିବାକୁ ଓଡ଼ିଶା ସରକାର ସଂକଳ୍ପକୁ ପୁନଃ ଘୋଷଣା କରିଛି।
Comments are closed.