Latest Odisha News

କ୍ରିଶ୍ ୪ରେ ହ୍ରିତିକ-କିଆରା ଯୋଡି

ମୁମ୍ବାଇ: ରାକେଶ ରୋଶନ କ୍ରିଶ ଫିଲ୍ମର ଆଗାମୀ ସଂସ୍କରଣ କ୍ରିଶ୪ର ସ୍କ୍ରିପ୍ଟ କାମ ଶେଷ କରିଛନ୍ତି । ହ୍ରିତିକ ରୋଶନ ଅଭିନୀତ ଏହି ସୁପରହୀରୋ ଫିଲ୍ମରେ ଏଥର କିଆରା ଆଡଭାନୀ ତାଙ୍କ ହିରୋଇନ ହେବେ । ପ୍ରଥମେ ଏଥିପାଇଁ କ୍ରିତି ସାନୋନଙ୍କୁ ପସନ୍ଦ କରାଯାଇଥିଲା । ମାତ୍ର ତାଙ୍କ ହାତରେ ଏବେ ଅନେକଗୁଡିଏ ଫିଲ୍ମ ଥିବାରୁ ବାଧ୍ୟହୋଇ କିଆରାଙ୍କୁ ଏଥିରେ ସାମିଲ କରାଯାଇଛି ।

ରିପୋର୍ଟ ମୁତାବକ ଏହି ଫିଲ୍ମ ପାଇଁ ଆଉ ଜଣେ ହିରୋଇନ ଖୋଜା ଚାଲିଛି । ହ୍ରିତିକ-କିଆରା ପ୍ରଥମ ଥର ପାଇଁ ଏକତ୍ର ଅଭିନୟ କରିବାକୁ ଯାଉଥିବାରୁ ଦର୍ଶକ ଏହି ନୂତନ ଯୋଡିଙ୍କୁ ପସନ୍ଦ କରିବେ ବୋଲି ପ୍ରଯୋଜକଙ୍କ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ଖୁବ୍ ଶୀଘ୍ର ଫିଲ୍ମର ଷ୍ଟାର କାଷ୍ଟ ସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ।

Leave A Reply

Your email address will not be published.