ନୂଆଦିଲ୍ଲୀ: ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ଚଳାଇଥିବା ଆନ୍ଦୋଳ ୧୬ ଦିନରେ ପହଞ୍ଚିଛି । ସରକାର ଦାବି ପୂରଣ ନକରିବା ଯାଏ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି କୃଷ୍କ ସଂଗଠନ । ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କୃଷକ ସଂଗଠନ । କୃଷି ଆଇନ ବିରୋଧରେ ଭାରତୀୟ କୃଷକ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ ଫାଇଲ୍ କରାଯାଇଛି ।

କୃଷକ ସଂଗଠନ ପକ୍ଷରୁ କରାଯାଇଥିବା ଆବେଦନରେ କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ ଆଇନକୁ ଚ୍ୟାଲେଞ୍ଜ କରାଯାଇଛି । ଆଇନ ପ୍ରତ୍ୟାହାର ନ ହେବା ଯାଏ ଆନ୍ଦୋଳନ ଶେଷ ହେବ ନାହିଁ ବୋଲି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ଚାଷୀ । ବରଂ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି କହିଛନ୍ତି ।

ଆସନ୍ତା ୧୪ ତାରିଖରେ ଦିଲ୍ଲୀ ଚଲୋ ଡକରା ଦେଇଛନ୍ତି ଚାଷୀ । କେନ୍ଦ୍ର ସରକାର ଆଣିଥିବା ୩ଟି ନୂଆ କୃଷି ଆଇନକୁ ଦେଶବ୍ୟାପୀ ଚାଷୀ ବିରୋଧ କରିଛନ୍ତି । ଏହି ଆଇନଗୁଡ଼ିକୁ ପ୍ରତ୍ୟାହାର କରିବା ଦାବିରେ କୃଷକ ସଂଗଠନଗୁଡ଼ିକ ୧୬ ଦିନ ଧରି ଆନ୍ଦୋଳନ ଚଳାଇଛନ୍ତି । ଦିଲ୍ଲୀ ସିଂଘୁ ସୀାମାରେ ହଜାର ହଜାର ଚାଷୀ ଆନ୍ଦୋଳନରେ ବସିଛନ୍ତି । ସେହିପରି କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ସୁପ୍ରିମକୋର୍ଟରେ ୬ଟି ପିଟିସନ୍ ଫାଇଲ୍ ହୋଇଛି ।
BREAKING NEWS
- Captain Smit Machchhar: ହିରୋ ପାଇଲଟ୍ଙ୍କ ସହ ଫୋନ୍ରେ କଥା ହେଲେ ପିଏମ୍ ମୋଦୀ, ମଚ୍ଛାର ବଖାଣିଲେ କେମିତି ମରଣକୁ ତିଳେ ହେଲେ କରିନଥିଲେ ଖାତିର…
- Putin Praises Modi: ମୋଦୀଙ୍କୁ ଭୂରି ଭୂରି ପ୍ରଶଂସା କଲେ ବନ୍ଧୁ ପୁଟିନ୍, କହିଲେ, ‘ତାଙ୍କ ପାଖରେ ଭଲ ଭଲ ବିଚାର ଅଛି’
- Viral Video: ଫେମସ୍ ହେବା ପାଇଁ ଜୀବନକୁ ବାଜି! ରେଳ ଇଞ୍ଜିନ୍ରେ ଶାଢ଼ି ବାନ୍ଧି ଡ୍ୟାନ୍ସ କଲେ ମହିଳା, ତାତିଲେ ୟୁଜର୍ସ
- ଦୁଇ ଟଙ୍କା ବଢ଼ିଲା ଓମଫେଡ୍ କ୍ଷୀର ଦର, ଏହି ଦିନରୁ ଲାଗୁ ହେବ ବର୍ଦ୍ଧିତ ଦର..
- ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କଲେ ଓଡ଼ିଶା ରାଜ୍ୟପାଳ ଡ଼.ହରି ବାବୁ କମ୍ଭମପାଟି
- ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ମନେ ପକାଇଲେ
- ନୂଆଦିଲ୍ଲୀରେ ଲାଗୁ ହେଲା BNSSର ଧାରା ୧୬୩
- ସୁନ୍ଦରପନ୍ଦା ବୋମା ବିସ୍ଫୋରଣ ମାମଲା, ୨ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା NIA
- ଏସୀୟ କ୍ରୀଡ଼ା: ୭୫ ବର୍ଷରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ରିକର୍ଭ ଟିମ୍ ଜିତିଲା ସ୍ୱର୍ଣ୍ଣ ପଦକ
- ଦଶହରାରେ ପୁଣି ବାତ୍ୟା ଭୟ! ଆସୁଛି ଆଉ ଏକ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା

Comments are closed.