Latest Odisha News

BREAKING NEWS

ଶୀତ ଲହରୀ: ଭୁବନେଶ୍ୱରରେ ପାରଦ ୮.୨ ଡ଼ିଗ୍ରୀ, ଦାରିଙ୍ଗିବାଡ଼ି ଓ କେନ୍ଦୁଝରରେ ତୁଷାରପାତ

ଭୁବନେଶ୍ୱର: ଓଡ଼ିଶା ରାଜଧାନୀ ଭୁବନେଶ୍ୱରର ରବିବାର ସକାଳ ବର୍ଷର ସବୁଠୁ ଶୀତଳ ସକାଳ ଭାବେ ସାବ୍ୟସ୍ତ୍ୟ ହୋଇଛି । ବିଗତ ୨୬ ବର୍ଷର ରେକର୍ଡ଼ ଭାଙ୍ଗି ଭୁବନେଶ୍ୱରର ତାପମାତ୍ରା ୮.୨ରେ ପହଞ୍ଚିଛି । ତେବେ ଶନିବାର ଅପେକ୍ଷା ପାରଦ ଏଠାରେ ୦.୪ ଡ଼ିଗ୍ରୀ ହ୍ରାସ ପାଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୂତ୍ରରୁ ପ୍ରକାଶ, ଏହି ସର୍ବନିମ୍ନ ୮.୨ ଡ଼ିଗ୍ରୀ ତାପମାତ୍ରା ଭୁବନେଶ୍ୱରରେ ସାଧାରଣ ତାପମାତ୍ରାଠାରୁ ୭ ଡ଼ିଗ୍ରୀ କମ୍ ହୋଇଥିବା ରେକର୍ଡ଼ କରାଯାଇଛି ।

ତେବେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୯୯୨ ମସିହାରେ ୮.୬ ଥିବା ବେଳେ ଏବର୍ଷ ଆଜିର ଏହି ୮.୨ ଡ଼ିଗ୍ରୀ ତାପମାତ୍ରା ୨୬ ବର୍ଷର ରେକର୍ଡ଼କୁ ଭାଙ୍ଗିଦେଇଛି । ଏହାଫଳରେ ରାଜଧାନୀରେ ପ୍ରବଳ ଥଣ୍ଡା ଅନୁଭୁତ ହେବାରେ ଲାଗିଛି ।

ସେହିପରି ପାର୍ବତ୍ୟାଞ୍ଚଳ ଦାରିଙ୍ଗିବାଡ଼ିର ତାପମାତ୍ରା ୩ ଡ଼ିଗ୍ରୀ, ଫୁଲବାଣୀରେ ୪.୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ଗଣମାଧ୍ୟମରେ କେନ୍ଦୁଝରର କାଞ୍ଜିପାଣି ଏବଂ ଫୁଲବାଣିର ଦାରିଙ୍ଗିବାଡ଼ିରେ ତୁଷାରପାତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.