Latest Odisha News

କ୍ରାଇମବ୍ରାଞ୍ଚର ଖୁଲ୍ଲାସା: ଟାଟା ଏମଡି କହି ଠକିଛନ୍ତି ଜୁନିୟର ପାଠକ, ଚାକିରି ଆଶାୟୀଙ୍କଠାରୁ ନେଇଛନ୍ତି ପୁଳା ପୁଳା ଟଙ୍କା

ଭୁବନେଶ୍ୱର: ଟାଟା ଏମଡି କହି ଲୋକଙ୍କୁ ଠକିଛନ୍ତି ଆକାଶ ପାଠକ । ଚାକିରି କରାଇ ଦେବାକୁ କହି ଆଶାୟୀଙ୍କଠାରୁ ପୁଳା ପୁଳା ଟଙ୍କା ନେଇଛନ୍ତି । ଜୁନିୟର ପାଠକଙ୍କ କାରସାଦିର କାରନାମା ସମ୍ପର୍କରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଟାଟା ମୋଟର୍ସରେ ଚାକିରି କରାଇବାକୁ ନେଇ ଠକେଇ ହୋଇଛି । ୬ଜଣ କରିଥିବା ଅଭିଯୋଗ ଆଧାରରେ ତଦନ୍ତ ହୋଇଥିଲା । ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କୁ ଟଙ୍କା ଦେଉଥିଲେ ଚାକିରି ଆଶାୟୀ । ୨ ଜଣ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଟଙ୍କା ଦେଇଛନ୍ତି । ଆକାଶ ପାଠକ ଟଙ୍କା ନେବା ପରେ ଆଶାୟୀଙ୍କୁ ଜାଲ କାଗଜପତ୍ର ଦେଇଥିଲେ ।

ସେହିପରି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଭାବି ଜ୍ୱାଇଁ ଆକାଶ ଟାଟା ମୋଟର୍ସରେ କାମ କରୁଥିବା କହୁଥିଲେ । ଚାକିରି ଜାଲିଆତି ସମ୍ପର୍କରେ ଆକାଶଙ୍କ ପିଏ ଡେଭିଡ୍ ପିଟରଙ୍କୁ ମଧ୍ୟ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ । କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଯେଉଁମାନେ ଠକେଇର ଶିକାର ହୋଇଛନ୍ତି ଏବଂ ଚାକିର ପାଇଁ ଆକାଶ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ଟଙ୍କା ଦେଇଥିଲେ ଆସି ରିପୋର୍ଟ କରନ୍ତୁ । ତାଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଆକାଶ ପାଠକଙ୍କୁ ଗତକାଲି ପାଞ୍ଚ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ତାଙ୍କଠାରୁ ଚାକିରି ଜାଲିଆତିର ତଥ୍ୟ ହାସଲ କରୁଛି ତଦନ୍ତକାରୀ ଟିମ୍ । କେମିତି ଓ କେଉଁ ଉପାୟରେ ଲୋକଙ୍କୁ ଠକୁଥିଲେ ? କେମିତି ଆଦାୟ ହେଉଥିଲା ଟଙ୍କା ? ଜାଲିଆତି ପଛରେ ଆଉ କେଉଁମାନଙ୍କର ସଂପୃକ୍ତି ରହିଛି । ଆଗକୁ ଜାଲିଆତିରେ ସଂପୃକ୍ତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ପଚରାଉଚରା ପାଇଁ ଡାକିବ କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.