Latest Odisha News

ଟାଇମ ପତ୍ରିକାରେ ୨୦୨୦ ଖରାପ ବର୍ଷ ଭାବେ ଚିହ୍ନିତ

ନୂଆଦିଲ୍ଲୀ: ବିଶ୍ୱର ପ୍ରତିଷ୍ଠିତ ପତ୍ରିକା ଟାଇମ ୨୦୨୦କୁ ଖରାପ ବର୍ଷ ଭାବେ ଚିହ୍ନିତ କରିଛି । ପତ୍ରିକା ତାର ମୂଖ୍ୟ ପୃଷ୍ଠାରେ ୨୦୨୦ ଲେଖି ନାଲି ରଙ୍ଗର ଛକି ଚିହ୍ନ ମାରିଛି । ସେହିପରି ଆମେରିକା ସଭାପତି ଜୋ ବାଇଡେନ ଓ ଉପ ସଭାପତି କମଳା ହ୍ୟାରିସଙ୍କୁ ବର୍ଷର ଶ୍ରେଷ୍ଠ ବ୍ୟକ୍ତି ଭାବେ ବଛାଯାଇଛି । ୯୩ ବର୍ଷ ମଧ୍ୟରେ ଟାଇମ ୫ଥର ଏ ଭଳି ରେଡ କ୍ରସ କଭା ପେଜରେ ଦେଇଛି ।

ପୂର୍ବରୁ ୧୯୭୫ରେ ଜର୍ମାନୀର ଏକଚ୍ଛତ୍ରବାଦ ଶାସକ ଏଡଲଫ ହିଟଲଙ୍କର ମୃତ୍ୟୁ ପରେ, ୨୦୦୬ରେ ଇରାକ ଯୁଦ୍ଧ, ଅବୁ ମୌସୁମ ଅଲ ଜରକାବିଙ୍କ ହତ୍ୟା, ଓସାମା ବିନ ଲାଡେନଙ୍କ ହତ୍ୟା ପରେ ଏହି ରେଡ କ୍ରସ ଦେଇଥିଲା । କରୋନା ମହାମାରୀଠାରୁ ବିଭିନ୍ନ ଦୃଷ୍ଟିକୋଣ ବିଚାରକୁ ନେଇ ପତ୍ରିକା ଏହି ଚିହ୍ନଟ କରିଛି ।

Leave A Reply

Your email address will not be published.