Latest Odisha News

BREAKING NEWS

ମହାମାରୀ ରାଜ୍ୟରୁ ନେଲା ଆଉ ୪ଜୀବନ, ମୃତ୍ୟୁସଂଖ୍ୟା ୧, ୮୧୫କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ଘଣ୍ଟାରେ ଆଉ ୪ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୩ଟି ଜିଲ୍ଲାର ସଂକ୍ରମିତ । ମୟୂରଭଞ୍ଜ ଜିଲ୍ଲାରୁ ଆଉ ଦୁଇ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।

ସେହିପରି ଜଗତସିଂହପୁର ଓ ସମ୍ୱଲପୁର ଜିଲ୍ଲାରୁ ଜଣେ ଲେଖାଏ ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ହଜାର ୮୧୫କୁ ବୃଦ୍ଧି ପାଇଛି । ରାଜ୍ୟରେ ମୃତ୍ୟୁହାର ରହିଛି ୦.୫୫% ।

Leave A Reply

Your email address will not be published.