ଭୁବନେଶ୍ୱର: ଆଜି ବସୁଛି ବିଜେଡି କାର୍ଯ୍ୟକାରିଣୀ ବୈଠକ । ଦଳୀୟ କାର୍ଯ୍ୟାଳୟରେ ସକାଳ ସାଢ଼େ ୧୦ଟାରେ ଏହି ବୈଠକ ବସିବ । ସଭାପତିତ୍ୱ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବୈଠକରେ ୮୦ ଜଣ କାର୍ଯ୍ୟକାରିଣୀର ସଦସ୍ୟ ଯୋଗ ଦେବେ ।
ଗୁରୁମନ୍ତ୍ର ଦେବେ ନବୀନ
କାର୍ଯ୍ୟକାରିଣୀରେ ବିଜେଡି ପ୍ରସ୍ତୁତ କରିବ ରାଜନୈତିକ ଚିଠା ପ୍ରସ୍ତାବ । ଫୋକସରେ ରହିବ ଦଳର ସାଂଗଠନିକ କାର୍ଯ୍ୟକ୍ରମ । ବର୍ତ୍ତମାନ ବିଜେଡି ସଭ୍ୟ ସଂଖ୍ୟା କୋଟିଏରୁ ଅଧିକ ହେଲାଣି । ଆଜିର କାର୍ଯ୍ୟକାରିଣୀରେ ରାଜନୈତିକ ଓ ସାଂଗଠନିକ ପ୍ରସ୍ତାବ ପାରିତ କରାଯିବ । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ରହିଛି । ଏଥିପାଇଁ ବି ରଣନୀତି ପ୍ରସ୍ତୁତ କରିବ ବିଜେଡି ।
ପ୍ରସ୍ତୁତ ହେବ ରଣନୀତି
ସାମ୍ପ୍ରତିକ ବିଭିନ୍ନ ଗୁପୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବି ଆଲୋଚନା ହୋଇପାରେ। ଦଳୀୟ ନେତାଙ୍କୁ ଗୁରୁ ମନ୍ତ୍ର ଦେବେ ସୁପ୍ରିମୋ ନବୀନ ପଟ୍ଟନାୟକ । କଣ କହିବେ ତାଉପରେ ସମସ୍ତଙ୍କର ନଜର ରହିଛି । ଆଜି କାର୍ଯ୍ୟକାରିଣୀ ଓ ଆସନ୍ତାକାଲି ଦଳର ରାଜ୍ୟ ପରିଷଦ ବୈଠକ ବସିବ । ଏହାପରେ ଆସନ୍ତା ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ ରହିଛି । ଏନେଇ ବି ଆଲୋଚନା ହୋଇପାରେ ।
BREAKING NEWS
- ଧାମନଗରରେ ସ୍ବାସ୍ଥ୍ୟମନ୍ତ୍ରୀ;ବନ୍ୟା ବିପନ୍ନଙ୍କ ସହ କଲେ ଆଲୋଚନା
- ଶ୍ରୀଲଙ୍କା ଗସ୍ତ: ଟେଷ୍ଟ ସିରିଜ୍ ପୂର୍ବରୁ ଅଭ୍ୟାସ ମ୍ୟାଚ୍ ପିଚକୁ ନେଇ ନୂଆ ବିବାଦ
- ଟେଷ୍ଟ କ୍ରିକେଟ: ନିଜ ଦେଶ ବାହାରେ କେବେବି ଶତକ ମାରିନାହାନ୍ତି ଏହି ୫ ଜଣ ବ୍ୟାଟ୍ସମ୍ୟାନ
- କୋଲକାତା ନାଇଟ୍ ରାଇଡର୍ସରେ ଯୋଗଦେବେ ହାର୍ଦ୍ଦିକ! ହୋଇପାରନ୍ତି ଅଧିନାୟକ
- ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନ୍ସିପ ଫାଇନାଲ୍ରେ କିପରି ପହଞ୍ଚିବ ଟିମ୍ ଇଣ୍ଡିଆ ?
- ଯୁକ୍ତ ୨ ନାମଲେଖା: ପ୍ରଥମ ପର୍ଯ୍ୟାୟ ସ୍ପଟ୍ ଆଡମିଶନ୍ ପାଇଁ ମନୋନୀତ ହେଲେ ୨୫,୩୩୨ ଛାତ୍ରଛାତ୍ରୀ
- ୧୪ରୁ ଓଡ଼ିଶା ରାଜ୍ୟ ରାପିଡ ଓ ବ୍ଲିଜ ଫିଡେ ରେଟିଂ କ୍ଷୀପ୍ର ଚେସ୍ ପ୍ରତିଯୋଗିତା
- ‘ଇ-ଶିକ୍ଷା ଏକ୍ସପ୍ରେସ’ର ଶୁଭାରମ୍ଭ;ଗ୍ରାମାଞ୍ଚଳକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ ସାକ୍ଷରତା ଓ ଶିକ୍ଷା ଯୋଗାଇବ
- ବିବାଦ ମଧ୍ୟରେ ସରକାରଙ୍କ ସ୍ପଷ୍ଟୀକରଣ: ‘ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକରେ କୌଣସି ତ୍ରୁଟି ନାହିଁ’, କହିଲେ ଗଣଶିକ୍ଷା ମନ୍ତ୍ରୀ
- ଦେଶବ୍ୟାପୀ ଜନସମ୍ପର୍କ ଅଭିଯାନ ଘୋଷଣା କଲେ ସିଜେପି ପ୍ରତିଷ୍ଠାତା ଅଭିଜିତ ଦିପକେ

Comments are closed.