Latest Odisha News

ଖସୁଛି ପାରଦ; ଥରୁଛି ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡାର ପ୍ରକୋପ। ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ନିରନ୍ତର ଭାବେ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେଉଥିବାରୁ ରାଜ୍ୟ‌ର ରାତି ତାପମାତ୍ରା ଏବେ କମିବାରେ ଲାଗିଛି।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ପାଖାପାଖି ୫ ଡିଗ୍ରି ପର୍ଯ୍ୟନ୍ତ ଖସିସାରିଥିବ ବେଳେ ଆସନ୍ତା ୨୪ ଘଣ୍ଟାରେ ଏହା ଆହୁରି ୨ ଡିଗ୍ରି ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପକ୍ଷରୁ ସୂଚନା। ଏହାର ପ୍ରଭାବରେ ରାଜ୍ୟରେ ଶୀତ ପ୍ରକୋପ ଆରମ୍ଭ ହୋଇଯାଇଥିବା କୁହାଯାଇଛି।

ଏହାସହ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରେ ତାପମାତ୍ରା କମିଥିବା ବିଭାଗ ପକ୍ଷରୁ ସୂଚନା ଝାରସୁଗୁଡ଼ାଠାରେ ତାପମାତ୍ରା ୫.୨ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିଥିବା ବେଳେ ଫୁଲବାଣୀଠାରେ ୫ ଡିଗ୍ରି, ବାରିପଦାଠାରେ ୪.୭ ଡିଗ୍ରି, ଅନୁଗୁଳ ଓ ଟିଟିଲାଗଡ଼ରେ ୪ ଡିଗ୍ରି ଲେଖାଏଁ ଖସିଛି।

ଝାରସୁଗୁଡ଼ାରେ ରେକର୍ଡ ହୋଇଛି ସର୍ବନିମ୍ନ ତାପମାତ୍ରା। ଏଠାରେ ରାତ୍ରିର ତାପମାତ୍ରା ୮.୨ ଡିଗ୍ରି ରହିଥିଲା। ଏଥିସହ ଫୁଲବାଣୀରେ ୯.୫ ଡିଗ୍ରି, ଅନୁଗୁଳରେ ୧୦ ଡିଗ୍ରି, ଦାରିଙ୍ଗବାଡ଼ିରେ ୧୦ ଡିଗ୍ରି ଓ ବାରିପଦାରେ ୧୦.୫ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି।

ଓଡ଼ିଶାର ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ବାଭ‌ାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିବ। ଫଳରେ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ଶୀତ ପ୍ରକୋପ ବଢ଼ିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା।

Leave A Reply

Your email address will not be published.