Latest Odisha News

BREAKING NEWS

ବନ୍ୟଜନ୍ତୁ ଆକ୍ରମଣରେ ମୃତାହତ ବ୍ୟକ୍ତିଙ୍କୁ ପ୍ରଦତ୍ତ କ୍ଷତିପୂରଣ ରାଶି ବୃଦ୍ଧି କରିବାକୁ ‘ଓଡ଼ିଶା ବନବିଭାଗ’ର ପ୍ରସ୍ତାବ

ଭୁବନେଶ୍ୱର : ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପାଇଁ ପ୍ରଦାନ କରାଯାଉଥିବା କ୍ଷତିପୂରଣ ରାଶିକୁ ୪ ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ଏକ ପ୍ରସ୍ତାବ ପଠାଇଛି ।

ଏହାବ୍ୟତୀତ ବିଭାଗ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ସୁରକ୍ଷା ଲାଗି ଏକ ସ୍ୱତନ୍ତ୍ର ଭ୍ୟାନ କ୍ରୟ ନିମନ୍ତେ ମଧ୍ୟ ନିଷ୍ପତ୍ତି ନେଇଛି ।

“ବନବିଭାଗ ବନ୍ୟଜନ୍ତୁ ଆକ୍ରମଣରେ ମୃତାହତ ବ୍ୟକ୍ତିଙ୍କ ଲାଗି ଦିଆଯାଉଥିବା କ୍ଷତିପୂରଣ ରାଶି ୪ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ଲାଗି ପ୍ରସ୍ତାବ ପ୍ରଦାନ କରିଛି । ଆମେ ଆଶାବାଦୀ ଯେ ମନୁଷ୍ୟ-ବନ୍ୟଜନ୍ତୁ ସଂଘର୍ଷ ଦ୍ୱାରା ପ୍ରଭାବିତ ଗ୍ରାମ ଗୁଡିକରେ ଏହାର ସକାରାତ୍ମକ ପ୍ରଭାବ ପଡିବ” ବୋଲି ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ପ୍ରିନ୍ସିପାଲ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ ବିିଭାଗ) ସନ୍ଦୀପ ତ୍ରିପାଠୀ କହିଛନ୍ତି ।

୨୦୧୧-୧୨ ଏବଂ ୨୦୧୮-୧୯ ବର୍ଷରେ ବନ୍ୟଜନ୍ତୁ ଆକ୍ରମଣରେ ପ୍ରାୟ ୬୮୦ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ସେମାନଙ୍କ ମଧ୍ୟରୁ ହାତୀ ଆକ୍ରମଣରେ ପାଖାପାଖି ୫୩୫ ଲୋକଙ୍କ ଜୀବନହାନି ଘଟିଛି । ଏହି ସମୟ ମଧ୍ୟରେ ହାତୀ ଉପଦ୍ରବରେ ପ୍ରାୟ ୬,୪୧୭ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଏଭଳି ଏକ ପ୍ରସ୍ତାବକୁ ମଞ୍ଜରୀ ପ୍ରଦାନ କରିବା ଲାଗି ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି ।

୨୦୧୭ ମସିହା ଅକ୍ଟୋବର ମାସରେ ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପାଇଁ କ୍ଷତିପୂରଣ ରାଶି ବାବଦକୁ ୩ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

ବନବିଭାଗ ଅଧିକାରୀଙ୍କ ପ୍ରଦତ୍ତ ସୂଚନାନୁଯାୟୀ ବନ୍ୟଜନ୍ତୁ ଆକ୍ରମଣରେ ମାନବ ମୃତ୍ୟୁ ତଥା ଆହତ ବ୍ୟକ୍ତି ଏବଂ ଲୋକଙ୍କ ଘର ତଥା ଫସଲ ନଷ୍ଟ ଓ ଗାଈଗୋରୁ ମୃତ୍ୟୁକୁ ନେଇ କ୍ଷତିପୂରଣ ରାଶି ବାବଦକୁ ବାର୍ଷିକ ପ୍ରାୟ ୧୪ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଥିବା ନେଇ ସୂଚନାରୁ ଜଣାପଡିଛି ।

Leave A Reply

Your email address will not be published.