Latest Odisha News

ଯାଜପୁର: କଳିଙ୍ଗ ନଗର ଗୁଳିକାଣ୍ଡର ୧୩ ବର୍ଷ ପୂର୍ତ୍ତି ଅବସରରେ କଡା ସୁରକ୍ଷା ବ୍ୟବସ୍ଥା

କଳିଙ୍ଗନଗର : ଯାଜପୁର ଜିଲ୍ଲା ଅନ୍ତର୍ଗତ ଚମ୍ପାକୋଇଲିର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ‘ବିସ୍ଥାପନ ବିରୋଧି ଜନମଞ୍ଚ’ କଳିଙ୍ଗନଗର ଗୁଳିକାଣ୍ଡର ୧୩ ବର୍ଷ ପୂର୍ତ୍ତିକୁ ସହୀଦ ସ୍ମୃତି ଦିବସ ଭାବେ ପାଳନ କରୁଅଛି । ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଜନମଞ୍ଚ ପକ୍ଷରୁ ଚମ୍ପାକୋଇଲିର ସେହି ଗୁଳିକାଣ୍ଡ ଘଟଣା ସ୍ଥଳରେ ପାରମ୍ପରିକ ନୀତି ସମ୍ପନ୍ନ କରିବା ପରେ ଆମ୍ବାଗଡିଆର ବୀରଭୂମି ପଡିଆକୁ ଏକ ର‌୍ୟାଲି ଆୟୋଜିତ ହୋଇଛି । ଯେଉଁଠାରେ ଆଜି ହଜାର ହଜାର ଆଦିବାସୀମାନେ ଏହି ଉତ୍ସବରେ ସମ୍ମିଳୀତ ହେବେ ।

ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ୭ ପ୍ଲାଟୁନ ପୋଲିସ ଫୋର୍ସ ଆମ୍ବାଗଡିଆ ଠାରେ ପୋଲିସ ମୁତୟନ ହୋଇଛନ୍ତି । ଏଥିରେ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ସମେତ ୨ ଜଣ ଡିଏସପି ଏବଂ ୨୦ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।

ଏହିଠାରେ ୨୦୦୬ ମସିହାରେ ଟାଟା ଷ୍ଟିଲ୍ ପକ୍ଷରୁ ନିର୍ମିତ ହେଉଥିବା ନିର୍ମାଣାଧିନ ପାଚେରୀକୁ ବିରୋଧ କରି ହଜାର ହଜାର ସଂଖ୍ୟାରେ ଆଦିବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଏହି ବିକ୍ଷୋଭ ସମୟରେ ପୋଲିସ ଗୁଳିରେ ୧୩ ଜଣ ଆନ୍ଦୋଳନରତ ଆଦିବାସୀଙ୍କର ମୃତ୍ୟୁ ଘଟିଥିଲା । ଏଥିସହିତ ବିକ୍ଷୋଭକାରୀଙ୍କ ପାଲଟା ଜବାବରେ ଜଣେ ପୋଲିସ କର୍ମଚାରୀ ନିହତ ହୋଇଥିଲେ ।

Leave A Reply

Your email address will not be published.