ଦେବଗଡ : ରିଆମାଳ ଅଂଚଳର ସଫଳ ଚାଷୀ ସଞ୍ଜିବ ପ୍ରଧାନ । ଯୁକ୍ତ ୨ ପାସ ପରେ ଗତ ୧୦ ବର୍ଷ ହେବ ଚାଷକାର୍ଯ୍ୟ କରିଆସୁଛନ୍ତି । ପୂର୍ବରୁ ତାଙ୍କର ଚାଷ କାମରେ ଅଭିଜ୍ଞତା ନ ଥିବାରୁ ଚାଷ କାର୍ଯ୍ୟରେ ସଫଳ ପାଇପାରୁ ନଥିଲି । ହେଲେ ସବୁବେଳେ ନୂତନ କୌଶଳ ଏବଂ ବୈଜ୍ଞାନିକ ପଦ୍ଧତିରେ କିପରି ଅଧିକ ଅମଳକ୍ଷମ ଚାଷ କରିହେବ ସେଥି ନିମନ୍ତେ ଚେଷ୍ଟା ଜାରି ରଖିଥିଲି।
ଗତବର୍ଷ ଡିସେମ୍ବର ମାସରେ ସେ ରିଲାଏନ୍ସ ଫାଉଣ୍ଡେସନ ସମ୍ପର୍କରେ ଜାଣିବାକୁ ପାଇଲେ । ଫାଉଣ୍ଡେସନର ଜିଲ୍ଲାକ୍ଷେତ୍ର ପ୍ରତିନିଧି ଗାଁରେ କିଛି ପନିପରିବା ଚାଷୀଙ୍କୁ ନେଇ ପନିପରିବାରେ ରୋଗ ପୋକ ନିରାକରଣ ବିଷୟବସ୍ତୁ ଉପରେ ଏକ ଫୋନ କନଫରେନ୍ସ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଠାରେ ଭାଗ ନେବା ପରେ ସଞ୍ଜିବ ରିଲାଏନ୍ସ ଫାଉଣ୍ଡେସନର ସୂଚନାସେବାର ଚାଷୀମାନଙ୍କ ପାଇଁ ଥିବା ବିଭିନ୍କାନ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିବାକୁ ପାଇଲେ ।
କୃଷିକାର୍ଯ୍ୟ ନିମନ୍ତେ ବିଶ୍ଵସନୀୟ ସଂସ୍ଥାଠାରେ ଉପଲବ୍ଧ ଥିବା କୃଷି ସୂଚନା ଓ ପରାମର୍ଶ ସଠିକ ସମୟରେ ଡିଜିଟାଲ ସେବା ଜରିଆରେ ଚାଷୀ ଭାଇମାନଙ୍କ ନିକଟରେ ନିଃଶୁଳ୍କରେ ପହଞ୍ଚାଇବା ରିଲାଏନ୍ସ ଫାଉଣ୍ଡେସନ ଏକ ଅଭିନବ ପ୍ରୟାସ । ମୋବାଇଲ ଭଏସ ମେସେଜ ମାଧ୍ୟମରେ ଦୈନିକ କୃଷି ଓ ଗୋପାଳନ ଭିତ୍ତିକ କୃଷି ସନ୍ଦେଶ, ୧୮୦୦-୪୧୯-୮୮୦୦ ନିଶୁଳ୍କ ହେଲ୍ପଲାଇନ ନମ୍ବରରେ କୃଷି ବିଶେଷଜ୍ଞଙ୍କ ସହ ସିଧାସଳଖ ପରାମର୍ଶ ତଥା ହ୍ବାଟସଆପ୍ ମାଧ୍ୟମରେ ପରାମର୍ଶ ,ଅଡିଓ/ ଭିଡିଓକନଫରେନ୍ସ, କାର୍ଯ୍ୟକ୍ରମରେ ଭାଗନେଇ ନିଜର ଚାଷ ସମ୍ବନ୍ଧୀୟ ପରାମର୍ଶ ନେଇପାରିବେ ବୋଲି ରିଲାଏନ୍ସ ଫାଉଣ୍ଡେସନ ଜିଲ୍ଲା କ୍ଷେତ୍ର ପ୍ରତିନିଧି ଜଣକ ବୁଝାଇଥିଲେ ।
ସଞ୍ଜୀବଙ୍କର ୪ ଏକର ଜମି ଥିବା ବେଳେ ସେଥିରୁ ୨ ଏକର ଜମିରେ ସେ ଧାନ ଚାଷ ଏବଂ ଅନ୍ୟ ୨ ଏକର ଜମିରେ ମୁଗ, ବିରି ଓ ପନିପରିବା ଯାଥା ବାଇଗଣ, ପୋଟଳ, ବିଲାତି , କଲରା, ଭେଣ୍ଡି, ଫୁଲକୋବି ଇତ୍ୟାଦି ଚାଷ କରନ୍ତି । ପ୍ରାଯ ବର୍ଷକ ତଳେ ଫାଉଣ୍ଡେସନର ଫୋନ କନଫରେନ୍ସିଂ କାର୍ଯ୍ୟକ୍ରମରେ ସେ ଭାଗ ନଇଥିଲେ । ସେଇ ସମୟରେ ସେ ୫୦ ଡିସିମିଲ ଜାଗାରେ କଲରା ଚାଷ କରିଥିଲି । କାର୍ଯ୍ୟକ୍ରମ ଭାଗ ନେବା ବେଳେ ସେ ତାଙ୍କ କଲରା ଚାଷରେ ଲାଗୁଥିବା ଫଳବିନ୍ଧା ମାଛିର ନିୟନ୍ତ୍ରଣ ଉପରେ ଦେବଗଡ ଜିଲ୍ଲା କୃଷିବିଜ୍ଞାନ କେନ୍ଦ୍ର କୃଷି ବିଶେଷଜ୍ଞଙ୍କୁ ପ୍ରଶ୍ନ ପଚାରିଥିଲେ । ବିଶେଷଜ୍ଞ ତାଙ୍କୁ ଫଳବିନ୍ଧା ପୋକ ନିୟନ୍ତ୍ରଣ ଲାଗି କୃଷିବିଜ୍ଞାନ କେନ୍ଦ୍ରରେ ଉପଲବ୍ଧ ଥିବା ଫଳବିନ୍ଧା ପୋକ ଯନ୍ତା ବିଷୟରେ କହିଥିଲେ । ତାଙ୍କ ପରାମର୍ଶ ଅନୁଯାଇ ସେ ୬ ଟି ଫଳବିନ୍ଧା ପୋକ ଯନ୍ତା ବସାଇ ଫଳବିନ୍ଧା ପୋକକୁ ନିୟନ୍ତ୍ରଣ କରିପାରିଲେ । ଆଉ ପ୍ରାୟ ୮ କୁଇଣ୍ଟାଲ କଲରା ଆମଦାନୀ କରିଥିଲେ । କିଲୋ ପ୍ରତି ୨୫ଟଙ୍କା ଦରରେ ବିକ୍ରି କରି ପ୍ରାଯ ୨୦,୦୦୦ ଟଙ୍କାରେ ପାଇପାରିଲେ ।
ଗତ ମାର୍ଚ୍ଚ ମାସରେ ତାଙ୍କ ପାଇଁ ଆଉ ଏକ ସମସୟା ଆସିଥିଲା । କରୋନା ସଂକ୍ରମଣ ଭୟରେ ଲକଡାଉନ ବେଳେ ଧାନ ଚାଷରେ ଲାଗୁଥିବା ସାର ଏବଂ କୀଟ ନାଶକ ଔଷଧ ବାଜରରେ ମିଳି ନଥିଲା । ସାର ବିକ୍ରି ହେଉଥିବା ଦୋକାନଗୁଡିକ ମଧ୍ୟ ବନ୍ଦ ଥିଲା । ଏହି ସମୟରେ ରିଲାଏନ୍ସ ଫାଉଣ୍ଡେସନ ହେଲ୍ପଲାଇନ ନମ୍ବର ୧୮୦୦୪୧୯୮୮୦୦ ସହାୟକ ସାଜିଥିଲା । ଏହି ନମ୍ବରରେ କଲ କରି ସଞ୍ଜୀବ ଜାଣିବାକୁ ପାଇଥିଲି କି ସରକାର ସମସ୍ତ ଚାଷୀ ପାଇଁ ଚାଷ କାର୍ଯ୍ୟରେ ଲାଗିଥିବା କଟକଣା କୁ ଉଠାଇ ନେଇଛନ୍ତି । ବଜାରକୁ ଯାଇ ପନିପରିବା ବିକ୍ରି କରିବା ପାଇଁ ଚାଷୀ ମାନଙ୍କୁ ମିଳୁଥିବା ସ୍ଵତନ୍ତ୍ର ରୋଡ ପାସ ସମ୍ପର୍କରେ ବି ଜାଣିବା ପରେ ତା ପରଦିନ ମୋତେ କୃଷିବିଭାଗ ବିଭାଗରୁ ପାସ ଆଣି ପୂର୍ବ ଭଳି ସମସ୍ତ ଚାଷ କାର୍ଯ୍ୟ ଓ ବିକ୍ରି ବଟା କରିପାରିଲେ ।
କରୋନା ଯୋଗୁଁ ଘରେ ରହି ଗତ ଅକ୍ଟୋବର ମାସରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ ଅଡିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି ସମୟରେ ସଞ୍ଜୀବ ବାଇଗଣ ଗଛ ଲଗାଇଥିଲେ ଆଉ ସେଥିରେ ଗଣ୍ଠି ପୋକ ଲାଗିବା ଆରମ୍ଭ ହେଉଥିଲା । ଏହି କାର୍ଯ୍ୟକ୍ରମରେ ସେ ନିଜ ସମସ୍ୟା କୃଷିବିଜ୍ଞାନ କେନ୍ଦ୍ର କୃଷି ବିଶେଷଜ୍ଞ ଲବ ସୋରେନଙ୍କୁ ଜଣାଇଲେ । ସେ ଏଥିରେ ଜୈବିକ ଓ ରାସାୟନିକ ପଦ୍ଧତିରେ ଉପଚାର ସମ୍ପର୍କରେ ପରାମର୍ଶ ଦେଇଥିଲେ । ତାହା ଅନୁଶରଣ କରି ସେ ରୋକପୋକ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ । ଏ ନେଇ ସଂଞ୍ଜୀବ କହନ୍ତି, ‘ଠିକ୍ ସମଯରେ ଉଚିତ ପରାମର୍ଶ ୟୋଗୁଁ ରୋଗ ପୋକ ନିୟନ୍ତ୍ରଣ ସହ ଭଲ ଫସଲ ବି ଅମଳ କରିପାରିଲି । ଏଯାଏଁ ‘ ପ୍ରାୟ ୧୩ କୁଇଣ୍ଟାଲ ବାଇଗଣ କେଜିପ୍ରତି ୨୦ ଟଙ୍କା ହିସାବରେ ସମୁଦାୟ ୨୬୦୦୦ ଟଙ୍କାରେ ବଜାରରେ ବିକ୍ରି କରିପାରିଛି । ଏବଂ ଆଗକୁ ଆହୁରି ୧୫ ରୁ ୧୬ କୁଇଣ୍ଟାଲ ବାଇଗଣ ଅମଳ କରିବାର ଆଶା ରଖିଛି ।’
ରିଲାୟ୍ଯାନ୍ସ ଫାଉଣ୍ଡେସନ ପକ୍ଷରୁ ଖୋଲାଯାଇଥିବା ହ୍ବାଟସ୍ ଆପ୍ ଗ୍ରୁପରେ ପ୍ରାୟ ସଂଞ୍ଜୀବଙ୍କ ଭଳି ୨୫୦ ଜଣ ଚାଷୀ ଭାଇ ସଦସ୍ୟ ଅଛନ୍ତି । ସେମାନେ ନିଜ ନିଜ ଘରେ କିମ୍ବା କ୍ଷେତରେ ଥାଇ ଚାଷ ସମ୍ବଧୀୟ ସମସ୍ୟାର ଫୋଟୋ କିମ୍ବା ଲେଖା ପଠାଇଲେ ସେହି ଗ୍ରୁପରେ ଥିବା କୃଷି ବିଶେଷଜ୍ଞ ମାନଙ୍କ ଠାରୁ ସାଙ୍ଗେ ସାଙ୍ଗେ ତାର ଉତ୍ତର ପାଇପାରୁଛନ୍ତି । ଏଥିସହିତ ନୂତନ ବୈଜ୍ଞାନିକ ପଦ୍ଧତିରେ ହେଉଥିବା ଚାଷର ଭିଡିଓ ଏବଂ ଅଡିଓ ମଧ୍ୟ ପାଇପାରୁଛନ୍ତି । ଏସବୁ ସାହାଯ୍ୟ ପାଇଁ ସଂଜୀବ ରିଲାଏନ୍ସ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଛନ୍ତି ।
Comments are closed.