Latest Odisha News

BREAKING NEWS

ସମ୍ବଲପୁରରେ ଟ୍ରେନ ଧକ୍କାରେ ପ୍ରାଣ ହରାଇଲେ ଗଜରାଜ

ସମ୍ବଲପୁର: ସମ୍ବଲପୁର ରେଳ ଷ୍ଟେସନ ଅଧୀନ ମାନେଶ୍ୱର ଷ୍ଟେସନ ନିକଟରେ ପୁରୀ ସୁରଟ ଏକ୍ସପ୍ରେସ ଏକ ଦନ୍ତା ହାତୀକୁ ଧକ୍କା ଦେଇଥିବା ସୁଚନା ମିଳିଛି। ରବିବାର ରାତି ପ୍ରାୟ ୧ଟା ୩୮ମିନିଟ ସମୟରେ ଘଟିଥିବା ଏହି ଘଟଣାରେ ଉକ୍ତ ଦନ୍ତା ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି।

ଅନ୍ୟପଟେ ହାତୀକୁ ଧକ୍କା ଦେବା ପରେ ଟ୍ରେନର ଆଗ ଚକ ଲାଇନ ଚ୍ୟୁତ ହୋଇଛି। ଫଳରେ ଏହି ରାସ୍ତାରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖବର ପାଇ ବନ ବିଭାଗ ଏବଂ ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପାହଞ୍ଚିଛନ୍ତି ଘଟଣାର ଅଧିକ ଅନୁଧ୍ୟାନ କରିଛନ୍ତି। ତେବେ ହାତୀଟି ଟ୍ରେନ ଲାଇନ ଅତିକ୍ରମ କରିଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

Leave A Reply

Your email address will not be published.