ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି । ତେବେ ଗତକାଲି ଅପେକ୍ଷା ଆଜି ଶୀତ ସାମନ୍ୟ କମିଛି । ଆଜି ୭ଟି ସହରରେ ପାରଦ ୧୦ ଡିଗ୍ରୀ ସେଲସିୟସ୍ ଭିତରେ ରହଛି । ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ । ସେଠାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।
#୧୦ଡ଼ିଗ୍ରୀ ତଳେ #୭ସହର ରେ ପାରଦ, #ଫୁଲବାଣୀ ୬, #ଦାରିଙ୍ଗବାଡି ୬, #ସୁନ୍ଦରଗଡ ୮, #ଭବାନୀପାଟଣା ୯, #ଝାରସୁଗୁଡା ୯.୪, #ବୌଦ୍ଧ ୯.୫, ଏବଂ #କୋରାପୁଟ ୯.୬ଡ଼ିଗ୍ରୀ , #କଟକ ୧୨.୪ଡ଼ିଗ୍ରୀ ଏବଂ #ଭୁବନେଶ୍ୱର ଠାରେ #୧୪ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ pic.twitter.com/6JDTJjSOED
— Meteorological Centre, Bhubaneswar (@mcbbsr) December 25, 2020
ଦାରିଙ୍ଗିବାଡ଼ିରେ ୬, ସୁନ୍ଦରଗଡ଼ରେ ୮, ଭବାନୀପାଟଣାରେ ୯, ଝାରସୁଗୁଡ଼ା ୯.୪, ବୌଦ୍ଧରେ ୯.୫ ଓ କୋରାପୁଟ ୯.୬ ଓ ବଲାଙ୍ଗିରରେ ପାରଦ ରହିଛି ୧୦ ଡିଗ୍ରୀ ସେଲସିୟସ୍ । ଏହି ସମୟରେ କଟକରେ ୧୨.୪ ଡିଗ୍ରୀ ଓ ଭୁବନେଶ୍ୱରରେ ରେକର୍ଡ ହୋଇଛି ୧୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା । ୩୧ତାରିଖ ଯାଏ ରାଜ୍ୟରେ ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
Comments are closed.