Latest Odisha News

BREAKING NEWS

ମିଶନ ରକ୍ତଦାନ: ଏକ ନିଆରା ଢଙ୍ଗରେ ଜନ୍ମ ଦିନ ଓ ବିବାହ ବାର୍ଷିକୀ ପାଳନ

ରକ୍ତଦାନ ମହତ୍ ଦାନ ଶିର୍ଷକଟି ସମସ୍ତେ ଜାଣନ୍ତି ଏବଂ ଏହାର ଆବଶ୍ୟକତା ସେହି ବ୍ୟକ୍ତି ନିଶ୍ଚିତ ଭାବରେ ହୃଦବୋଧ କରିଥିବେ ଯିଏ ନିଜେ କେବେ ଆତ୍ମୀୟ ପାଇଁ ବୁନ୍ଦାଏ ରକ୍ତ ପାଇଁ ଆକୁଳ ନିବେଦନ କରିଥିବେ । ରକ୍ତ ର ବିକଳ୍ପ ନାହିଁ ! ଜଣେ ମଣିଷର ଜୀବନ ବଞ୍ଚାଇବାକୁ ହେଲେ ଆଉ ଜଣଙ୍କର ରକ୍ତ ଅପରିହାର୍ଯ୍ୟ । ଆମ ରାଜ୍ୟରେ ବର୍ଷକୁ ପ୍ରାୟ ପାଞ୍ଚ ଲକ୍ଷ ରକ୍ତ ର ଆବଶ୍ୟକତା ଥିବାବେଳେ ଚାରି ଲକ୍ଷ ରକ୍ତ ସଂଗ୍ରହ ହୋଇପାରୁଛି ଏବଂ ପାଖାପାଖି ଏକ ଲକ୍ଷ ରକ୍ତ ର ଅଭାବ ଥିବାବେଳେ ବହୁ ଲୋକଙ୍କୁ ରକ୍ତ ପାଇଁ ଅସୁବିଧା ର ସମ୍ମୁଖିନ ହେବାକୁ ପଡୁଛି ।

ଏଭଳି ଉତ୍କଟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଆଗେଇ ଆସିଛି ମିଶନ୍ ରକ୍ତଦାନ ଅଭିଯାନ । ଏହି ମିଶନ୍ ରକ୍ତଦାନ ଅଭିଯାନ କୌଣସି ପ୍ରକଳ୍ପ ଭିତିକ କାର୍ଯ୍ୟ ନ ହୋଇ ବରଂ ଏକ ଆନ୍ଦୋଳନ ର ରୁପ ନେଇଛି। ଜନ୍ମ ଦିବସ ହେଉ ଅବା ବିବାହ ବାର୍ଷିକୀ କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ ଦିବସ ଆମେ ଲୋକଙ୍କୁ ରକ୍ତଦାନ ମାଧ୍ୟମରେ ନିଜର ଏହି ଦିବସକୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଆୟୋଜନ କରୁଛୁ ରକ୍ତଦାନ ଶିବିର, କୁହନ୍ତି ମିଶନ୍ ରକ୍ତଦାନ ଅଭିଯାନର ପ୍ରତିଷ୍ଠାତା ସଦସ୍ୟ ହର ପ୍ରସାଦ ମହାପାତ୍ର । ସେହିପରି ଏହି ଅଭିଯାନ ର ଆବାହକ ନିରଞ୍ଜନ ପଟ୍ଟନାୟକ ଙ୍କ କହିବା ଅନୁଯାୟୀ ଏହି ମିଶନ୍ ରକ୍ତଦାନ ଅଭିଯାନ କୁ ରାଜ୍ୟ ବ୍ୟାପି ଯୁବ ପିଢି ଙ୍କ ଭିତରେ ଏକ ଆନ୍ଦୋଳନ ର ରୁପ ରେଖ ଦେବା ପାଇଁ ଆମେ ପ୍ରୟାସ କରୁଛୁ।

ଥାଲାସେମିଆରେ ଚିକିତ୍ସିତ ହେଉଥିବା ଶିଶୁ ,ଦୁର୍ଘଟଣାରେ ଆହତ ହୋଇଥିବା ଗୁରୁତର ବ୍ୟକ୍ତି, ଗର୍ଭବତୀ ମହିଳା ,କର୍କଟ ରୋଗୀ ଏବଂ ବିଭିନ୍ନ ଅସ୍ତ୍ରୋପଚାର ପାଇଁ ରକ୍ତ ଆବଶ୍ୟକତା ରହିଛି । ମାତ୍ର ଯେ ପର୍ଯ୍ୟନ୍ତ ରକ୍ତଦାତା ଆଗକୁ ନ ଆସିବେ ରକ୍ତ ଯୋଗାଡ କରିବା ସମ୍ଭବ ନୁହେଁ । ତେଣୁ ଭୁବନେଶ୍ବର ସ୍ଥିତ ରାଜଧାନୀ ଡାକ୍ତରଖାନା ରକ୍ତ ଭଣ୍ଡାର ପରିସରରେ ମିଶନ୍ ରକ୍ତଦାନ ଅଭିଯାନ ତରଫରୁ ଆୟୋଜିତ ରକ୍ତଦାନ ଶିବିର କୁ ଉଚ୍ଚ ପ୍ରସଂଶା କରନ୍ତି ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଦେବାଶିଷ ମିଶ୍ର ଏବଂ ଡାକ୍ତର ମିଶ୍ରଙ୍କ କହିବାନୁଯାୟୀ “ଆମ ଏହି ମିଶନ ବର୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମଧ୍ୟ ବ୍ୟାପିଲାଣି”।

ଏହି ଅଭିଯାନର ପ୍ରତ୍ୟେକ ଶିବିର କୁ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ସ୍ବର୍ଗତ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସ୍ମୃତିରେ ଉତ୍ସର୍ଗୀକୃତ କରାଯାଇଛି। ଏହି ମିଶନ୍ ରକ୍ତଦାନ ଅଭିଯାନ କୁ ସମାଜର ବିଭିନ୍ନ ମହଲରୁ ବିଭିନ୍ନ ସାମାଜିକ ସଂଗଠନ ଯଥା ଜାତୀୟ ଯୁବ ପ୍ରକଳ୍ପ, ଜଷ୍ଟ ହେଲ୍ପ ଫାଉନ୍ଡେସନ, ଲାଇଫ ଲାଇନ୍ ଚାରିଟେବଲ ଟ୍ରଷ୍ଟ, ଲେପ୍ରୋସି ଓଲ୍ନସ ଟ୍ରଷ୍ଟ ପ୍ରମୁଖ ସହଯୋଗ କରୁଛନ୍ତି ।

ସେହିପରି ଅନେକ ବ୍ୟକ୍ତି ବିଶେଷ ଯଥା ଗାନ୍ଧୀବାଦୀ ପ୍ରହ୍ଲାଦ ସିଂ,ଶୋଭନୀୟ ଆନ୍ଦୋଳନ ର ଅଧ୍ୟକ୍ଷା ସମାଜସେବୀ ଅରୁନ୍ଧତୀ ଦେବୀ, ଖଦୀ ଓ ଗ୍ରାମୋଦ୍ଯୋଗ ବୋର୍ଡ ର ସଭାପତି ସଂଗ୍ରାମ କେଶରୀ ପାଇକରାୟ, ଜାତୀୟ ଯୁବ ପ୍ରକଳ୍ପ ର ରାଜ୍ୟ ଆବାହକ ମଧୁସୂଦନ ଦାସ, ରାଜ୍ୟ ନାଗରିକ ସମାଜ ର ଅଧ୍ୟକ୍ଷ ପ୍ରକାଶ ରଥ, ଖୋର୍ଦ୍ଧା ଜିଲ୍ଲା ର ଚାଇଲଡ ଲାଇନ ନିର୍ଦ୍ଦେଶକ ବେଣୁଧର ସେନାପତି ଏବଂ କଳିଙ୍ଗ ଐତିହ୍ୟ ଓ ସୁରକ୍ଷା ମଞ୍ଚ ର ସମ୍ପାଦକ ଚିତ୍ତ ରଞ୍ଜନ ମହାନ୍ତି ପ୍ରମୁଖ ଏହି ଅଭିଯାନ ରେ ସାମିଲ ହୋଇ ରାଜ୍ୟର ଯୁବ ବର୍ଗଙ୍କୁ ନିଜ ଅଞ୍ଚଳ ରେ ଏହିଭଳି ମହତ୍ କାର୍ଯ୍ୟ କରିବା ପାଇଁ ନିବେଦନ କରିଛନ୍ତି ।

୨୦୨୧ ନବ ବର୍ଷ ରେ ମିଶନ୍ ରକ୍ତଦାନ ଅଭିଯାନ ରେ ଯୁବ ପିଢି ସାମିଲ ହୋଇ ଦେଶର ଜଣେ ସଚ୍ଚା ନାଗରିକ ଏବଂ ସମାଜର ଦରଦୀ ମଣିଷ ର ପରିଚୟ ଦେଇ ରାଜ୍ୟରେ ରକ୍ତ ଅଭାବକୁ ଦୁର କରିବା ପାଇଁ ମିଶନ୍ ରକ୍ତଦାନ ଅଭିଯାନ ତରଫରୁ ନିବେଦନ କରାଯାଇଛି ।

 

Leave A Reply

Your email address will not be published.