ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଅଧିକ ଟେଷ୍ଟ ହେଉଥିଲେ ବି ନୂଆ ସଂକ୍ରମିତଙ୍କ ସଂଖ୍ୟା ଏବେ ୩୦ହଜାର ଭିତରେ ରହୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୧ ଲକ୍ଷ ୨୭ ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୨୧ହଜାର ୮୨୧ ପଜିଟିଭ୍ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୨ଲକ୍ଷ ୬୬ହଜାର ୬୭୪କୁ ବୃଦ୍ଧି ପାଇଛି ।
କରୋନାରୁ ୯୬% ଆକ୍ରାନ୍ତ ସୁସ୍ଥ
ଦେଶରେ କମୁଛି ଆକ୍ଟିଭ କେସ୍ । ବଢୁଛି ସୁସ୍ଥ ହାର । ଗତ ୨୪ଘଣ୍ଟାରେ ସାରା ଦେଶରୁ ସୁସ୍ଥ ହୋଇଛନ୍ତି ୨୬ହଜାର ୧୩୯ ସଂକ୍ରମିତ । କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ମୋଟ୍ ୯୮ଲକ୍ଷ ୬୦ହଜାର ୨୮୦ ଆକ୍ରାନ୍ତ । ଦେଶରେ ସୁସ୍ଥ ହାର ରହିଛି ୯୬% । ୨ଲକ୍ଷ ୫୭ହଜାର ୬୫୬ଟି ଆକ୍ଟିଭ୍ କେସ୍ ରହିଛି । ଏବେ ୩%ରୁ କମ୍ ସକ୍ରିୟ ମାମଲା ରହିଛି ।
ମୃତ୍ୟୁହାର ୧.୪୫%
ଦେଶରେ କରୋନା ମୃତ୍ୟୁସଂଖ୍ୟା ବଢୁଥିଲେ ବି ଦୈନିକ ଡେଥ୍ କେସ୍ ପୂର୍ବ ଅପେକ୍ଷା ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ୨୯୯ ସଂକ୍ରମିତ । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୮ହଜାର ୭୩୮କୁ ବୃଦ୍ଧି ପାଇଛି । ମୃତ୍ୟୁହାର ରହିଛି ୧.୪୫% ।
BREAKING NEWS
- ଘନ କୁହୁଡ଼ିରେ ସୁରକ୍ଷିତ ଟ୍ରେନ୍ ପରିଚାଳନା ନେଇ ପୂର୍ବତଟ ରେଳପଥର ବିଶେଷ ପଦକ୍ଷେପ
- Ollywood Movie: ସାମାଜିକ ବାର୍ତ୍ତା ନେଇ ଖୁବଶୀଘ୍ର ଆସୁଛି ଓଡ଼ିଆ ଫିଲ୍ମ ‘ମହାକାଳ’
- Fake News Threat To Democracy: ଫେକ୍ ନ୍ୟୁଜ ଗଣତନ୍ତ୍ର ପାଇଁ ବିପଦ: ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
- ଏହି ଲୋକମାନେ ପରମାଣୁ ବୋମାକୁ ସେତିକି ଭୟ କରନ୍ତିନି, ଯେତିକି ଇସଲାମକୁ କରନ୍ତି…
- E-Kyc: ସାଢେ ୬ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ରହିଛି ରାସନ କାର୍ଡ….
- ବଙ୍ଗଳାର ୩୨ ହଜାର ଶିକ୍ଷକଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି: ବିରୋଧ କରୁଛି ବିଜେପି
- Naxal Encounter: ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୫ ମାଓବାଦୀ ନିହତ;ଜଣେ ଯବାନ ସହିଦ, ଆଉ ଜଣେ ଆହତ
- ଚର୍ଚ୍ଚାରେ ବେଲଜିୟମର କୁନି ଆଇନଷ୍ଟେଇନ
- ସକାଳୁ ଉଷୁମ ପାଣି ସହ ଘିଅ ପିଅନ୍ତୁ, ୧୫ ଦିନରେ ଦୂର ହେବ ଏହି ସମସ୍ୟା…
- ପୁଟିନଙ୍କ ଗସ୍ତ ପୂର୍ବରୁ ଭାରତ ସହିତ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିକୁ ମଞ୍ଜୁରୀ ଦେଲା ଋଷ
Comments are closed.