ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଅଧିକ ଟେଷ୍ଟ ହେଉଥିଲେ ବି ନୂଆ ସଂକ୍ରମିତଙ୍କ ସଂଖ୍ୟା ଏବେ ୩୦ହଜାର ଭିତରେ ରହୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୧ ଲକ୍ଷ ୨୭ ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୨୧ହଜାର ୮୨୧ ପଜିଟିଭ୍ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୨ଲକ୍ଷ ୬୬ହଜାର ୬୭୪କୁ ବୃଦ୍ଧି ପାଇଛି ।
କରୋନାରୁ ୯୬% ଆକ୍ରାନ୍ତ ସୁସ୍ଥ
ଦେଶରେ କମୁଛି ଆକ୍ଟିଭ କେସ୍ । ବଢୁଛି ସୁସ୍ଥ ହାର । ଗତ ୨୪ଘଣ୍ଟାରେ ସାରା ଦେଶରୁ ସୁସ୍ଥ ହୋଇଛନ୍ତି ୨୬ହଜାର ୧୩୯ ସଂକ୍ରମିତ । କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ମୋଟ୍ ୯୮ଲକ୍ଷ ୬୦ହଜାର ୨୮୦ ଆକ୍ରାନ୍ତ । ଦେଶରେ ସୁସ୍ଥ ହାର ରହିଛି ୯୬% । ୨ଲକ୍ଷ ୫୭ହଜାର ୬୫୬ଟି ଆକ୍ଟିଭ୍ କେସ୍ ରହିଛି । ଏବେ ୩%ରୁ କମ୍ ସକ୍ରିୟ ମାମଲା ରହିଛି ।
ମୃତ୍ୟୁହାର ୧.୪୫%
ଦେଶରେ କରୋନା ମୃତ୍ୟୁସଂଖ୍ୟା ବଢୁଥିଲେ ବି ଦୈନିକ ଡେଥ୍ କେସ୍ ପୂର୍ବ ଅପେକ୍ଷା ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ୨୯୯ ସଂକ୍ରମିତ । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୮ହଜାର ୭୩୮କୁ ବୃଦ୍ଧି ପାଇଛି । ମୃତ୍ୟୁହାର ରହିଛି ୧.୪୫% ।
BREAKING NEWS
- କମନୱେଲଥ୍ ଗେମ୍ସ: ଗ୍ଲାସଗୋ ରେଷ୍ଟୋରାଣ୍ଟରେ ଭାରତର ଭୁଲ୍ ମାନଚିତ୍ର ଦେଖି ଅସନ୍ତୋଷ ପ୍ରକାଶ କଲେ ଲଭଲିନା
- 3-D ରିଇନ୍ଫୋର୍ସଡ୍ ଆଡଭାନ୍ସଡ୍ କମ୍ପୋଜିଟ୍ ଟେକ୍ନୋଲୋଜି ପାଇଁ NIT ରାଉରକେଲାକୁ ମିଳିଲା ପେଟେଣ୍ଟ
- ହାର୍ଦ୍ଦିକଙ୍କ ଚେନ୍ନାଇ ସୁପର କିଙ୍ଗସ ଟ୍ରେଡ୍କୁ ନେଇ ବଢ଼ୁଛି ସସପେନ୍ସ, ସ୍ପଷ୍ଟୀକରଣ ରଖିଲା ମୁମ୍ବାଇ
- Ferry catches fire: ସମୁଦ୍ର ମଝିରେ ଫେରୀରେ ଭୟଙ୍କର ଅଗ୍ନିକାଣ୍ଡ… ୫ ମୃତ ଓ ୪୧ ନିଖୋଜ
- ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନୂଆ ଲୁକ ଭାଇରାଲ, ଫ୍ୟାନ୍ସ ଚକିତ…
- ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜସପ୍ରୀତ ବୁମରାଙ୍କ ବିକଳ୍ପ ସାଜିବେ କି ମହମ୍ମଦ ଶମୀ?
- କମନୱେଲଥ୍ ଗେମ୍ସ : ଗୋଟିଏ ଦିନରେ ଭାରତ ଜିତିଲା ୮ ସ୍ୱର୍ଣ୍ଣ
- ଜଙ୍ଗଲରୁ ୯ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ;ମାଫିଆ ଫେରାର
- କାଳୀ ମନ୍ଦିର ନିକଟରେ ଜିଭ କାଟିଲେ ଯୁବକ, ବିଦେଶରୁ ଫେରିଥିଲେ…
- ପାଟ୍ରୋଲିଂରେ ଯାଉଥିବାବେଳେ ବାଇକ୍ ଦୁର୍ଘଟଣା;କାର୍ଯ୍ୟରତ କନଷ୍ଟେବଳଙ୍କ ଚାଲିଗଲା ଜୀବନ
Comments are closed.