Latest Odisha News

ବିସ୍ଫୋରଣରେ ଥରିଲା ବିମାନବନ୍ଦର; ୨୨ ମୃତ, ୫୦ ରୁ ଅଧିକ ଆହତ

ନୂଆଦିଲ୍ଲୀ: ୟେମେନର ଅଦନ ବିମାନବନ୍ଦରରେ ଜୋରଦାର ବିସ୍ଫୋରଣ । ଏହି ଆକ୍ରମଣରେ ପ୍ରାୟ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନାନୁସାରେ, ୟେମେନର ଅଦନ ବିମାନବନ୍ଦରରେ ହୋଇଛି ଜୋରଦାର ବିସ୍ଫୋରଣ । ଏପର୍ଯ୍ୟନ୍ତ ମିଳିଥିବା ସୂଚନାନୁସାରେ ଏଥିରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଗୁରୁତର ହୋଇଥିବା ସୂଚନା। ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ମଧ୍ୟ ରହିଛି ।

ବିସ୍ଫୋରଣର ଖବର ପାଇବା ପରେ ସେଠାକାର ସୈନ୍ୟ ଓ ସୁରକ୍ଷାକର୍ମୀ ପୁରା ଅଞ୍ଚଳକୁ ସିଲ୍‌ କରିଛନ୍ତି । ସ୍ଥାନେ ସ୍ଥାନେ ଚଢାଉ ମଧ୍ୟ ଜାରି ରହିଥିବା ସୂଚନା। ବିସ୍ଫୋରଣର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ସ୍ଥାନୀୟ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.