ମୁମ୍ବାଇ: ଏସିଆର ଧନୀ ତାଲିକାରେ ଚୀନର ୱାଟର କିଙ୍ଗ ଭାବେ ପରିଚିତ ଝୋଙ୍ଗ ଶାନଶଙ୍ଗ ଭାରତର ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । କରୋନା କାଳରେ ଝୋଙ୍ଗ ତାଙ୍କର ସମ୍ପତି ୭୦.୭ ବିଲିୟନ ଡଲାରରୁ ୭୭.୮ ବିଲିୟନକୁ ବୃଦ୍ଧି କରାଇ ପାରିଛନ୍ତି । ଏପରି କି ସେ ନିଜ ଦେଶର ଆଲିବାବା ଗ୍ରୁପର ଜ୍ୟାକ ମାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।
ବିଶ୍ୱର ଧନୀ ତାଲିକାରେ ସେ ୧୧ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ମୁକେଶ ୭୬.୯ ବିଲିୟନ ଡଲାର ଆୟ କରିଛନ୍ତି । ଝୋଙ୍ଗ ସାମ୍ବାଦିକତା, ଛତୁଚାଷ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟବସାୟ କରୁଛନ୍ତି । ଏବେ ସେ କରୋନା ଟୀକା ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି ।
Comments are closed.