Latest Odisha News

BREAKING NEWS

ଏସସିବିର ହେବ ନବକଳେବର…୨୦୨୪ରେ ହେବ ଉଦଘାଟନ

ଭୁବନେଶ୍ୱର : ବଦଳିବ କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ରୂପରେଖ । ନବକଳେବର ପାଇଁ ୩୫୦ କୋଟି ଟଙ୍କା ବ୍ୟୟ ହେବ । ଏମ୍ସ ପ୍ଲସ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ୨୦୨୪ମସିହା ଜାନୁଆରୀ ୧ତାରିଖରେ ଉଦଘାଟନ ପାଇଁ ଲକ୍ଷ୍ୟ ରହିଛି ।

୧୬୧ଏକର ଜମିରେ ତିଆରି ହେବାକୁ ଥିବା ଏହି ପ୍ରକଳ୍ପରେ ପ୍ରଥମ ପର‌୍ୟ୍ୟାୟରେ ୩୫୦୦ବେଡ୍ କରାଯିବ। ଦ୍ୱିତୀୟ ପର‌୍ୟ୍ୟାୟରେ ଏହାକୁ ୫ହଜାର ବେଡକୁ ବୃଦ୍ଧି କରାଯିବ। ୩ ବର୍ଷରେ ସଂପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପରେ ଡାକ୍ତର, ରୋଗୀ, ରୋଗୀଙ୍କ ସହାୟକ, ସ୍ୱାସ୍ଥ୍ୟ କର୍ମଚାରୀ ସମସ୍ତଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ଅତ୍ୟାଧୁନିକ ଚିକିତ୍ସା ସହ ପରିବହନ ବ୍ୟବସ୍ଥା, ଆଧୁନିକ ରେଷ୍ଟୁରାଣ୍ଟ, ବାଣିଜ୍ୟ କେନ୍ଦ୍ର ଓ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ । ଏଥିରେ ୧୨୮୦ଟି ସରକାରୀ ବାସଗୃହ ନିର୍ମିତ ହେବ ।

Leave A Reply

Your email address will not be published.