Latest Odisha News

BREAKING NEWS

ରାଉରକେଲାର ଇଞ୍ଜିନିୟରିଂ ଛାତ୍ରୀ ଝାଡଖଣ୍ଡରେ ଗଣଦୁଷ୍କର୍ମର ଶିକାର

ରାଉରକେଲା : ରାଉରକେଲାର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ପିଡିତା ଛାତ୍ରୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ଖବର ଅନୁଯାୟୀ ରାଉରକେଲାର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିବା ଉକ୍ତ ଛାତ୍ରୀଜଣଙ୍କ ପରିବାର ବର୍ଗଙ୍କ ସହ ନୂଆବର୍ଷ ଛୁଟି ପାଳନ କରିବା ପାଇଁ ଗତ ଡିସେମ୍ବର ୩୧ ତାରିଖ ଦିନ ନିଜ ଘର ଝାରସୁଗୁଡ଼ା ଅଭିମୁଖେ ଯିବା ପାଇଁ ରାଉରକେଲା ରେଳ ଷ୍ଟେସନରେ ଟ୍ରେନ ଅପେକ୍ଷା କରିଥିଲେ।

ଏହି ସମୟରେ ଛାତ୍ରୀଙ୍କ ଭାଇଙ୍କର ଜଣେ ସାଙ୍ଗଙ୍କ ସହିତ ତାଙ୍କର ଦେଖା ହୋଇଥିଲା ଏବଂ ସମ୍ପୃକ୍ତ ଯୁବକ ଜଣଙ୍କ ଟ୍ରାକ୍ ମରାମତି କାର୍ଯ୍ୟ ଚାଲୁଥିବାରୁ ଟ୍ରେନଟି ଝାଡଖଣ୍ଡ ଦେଇ ଯିବ ବୋଲି ତାଙ୍କୁ କହିଥିଲା । ପରବର୍ତ୍ତୀ ସମୟରେ ଛାତ୍ରୀଜଣଙ୍କ ଟ୍ରେନରେ ଚଢିଥିଲେ ଏବଂ ତାଙ୍କ ସହିତ ଉକ୍ତ ଯୁବକଟି ମଧ୍ୟ ଟ୍ରେନରେ ଚଢିଥିଲା ।

ଅନ୍ୟପକ୍ଷରେ ଟ୍ରେନ ଝାରସୁଗୁଡ଼ା ରୁଟରେ ନଯାଇ ଅନ୍ୟ ରୁଟରେ ଯାଇ ଝାଡ଼ଖଣ୍ଡର ଲୋଟା ପାହାଡ଼ ଷ୍ଟେସନରେ ପହଞ୍ଚିଥିଲା ଏବଂ ଝାଡ଼ଖଣ୍ଡର ଏହି ଷ୍ଟେସନରେ ଓହ୍ଲାଇ ବସ୍ ଯୋଗେ ଝାରସୁଗୁଡ଼ା ଚାଲି ଯିବାକୁ ଉକ୍ତ ଯୁବକ ଜଣଙ୍କ ତାଙ୍କୁ କହିଥିଲା ।
ପରବର୍ତ୍ତୀ ସମୟରେ ଯୁବକ ଜଣଙ୍କ ଦ୍ୱିପହର ଖାଇବାର ବାହାନା କରି ଉକ୍ତ ଛାତ୍ରୀଙ୍କୁ ନିଜ ଘରକୁ ଡାକି ନେଇଥିଲା ଏବଂ ସେଠାରେ କିଛି ସମୟରେ ସମ୍ପୃକ୍ତ ଯୁବକର ୫-୬ ଜଣ ସାଙ୍ଗ ପହଞ୍ଚିଥିଲେ । ପ୍ରାୟ ୨ ଦିନ ଧରି ସେମାନେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ ।

ଆହୁରି ମଧ୍ୟ ଅଭିଯୁକ୍ତମାନେ ସମ୍ପୃକ୍ତ ଛାତ୍ରୀଙ୍କୁ ଜାନୁଆରୀ ୧ ତାରିଖ ଦିନ ଏକ ପରିତ୍ୟକ୍ତ ସ୍ଥାନରେ ଛାଡ଼ି ଦେଇଥିଲେ। ପରବର୍ତ୍ତୀ ସମୟରେ ଛାତ୍ରୀ ଜଣଙ୍କ ସ୍ଥାନୀୟ ଲୋକଙ୍କ ସହାୟତାରେ ଚକ୍ରଧରପୁର ଥାନାରେ ଅଭିଯୋଗ କରିଥିଲେ ଏବଂ ସ୍ଥାନୀୟ ପୋଲିସ ପରେ ତାଙ୍କୁ ରାଉରକେଲା ପଠାଇ ଦେଇଥିଲା । ରାଉର କେଲା ରେ ପହଞ୍ଚି ଛାତ୍ରୀ ଜଣଙ୍କ ଜାନୁଆରୀ ୩ ତାରିଖରେ ଜିଆରି ପୋଲିସ ନିକଟରେ ଏକ ଅଭିଯୋଗ ଦାଏର କରିଥିଲେ ।

ତେବେ ଛାତ୍ରୀ ଜଣଙ୍କୁ ପରିବାର ସଦସ୍ୟଙ୍କ ପାଖକୁ ପଠାଇ ଦିଆଯାଇଛି ଏବଂ ଝିଅ ନିଖୋଜ ହେବା ଘଟଣାକୁ ନେଇ ପୂର୍ବରୁ ପରିବାର ବର୍ଗଙ୍କ ପକ୍ଷରୁ ସେକ୍ଟର-୩ ଥାନାରେ ଏକ ଅଭିଯୋଗ କରାଯାଇଥିଲା ।

ଏଥିସହିତ ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସାରତ ଛାତ୍ରୀଙ୍କ ସ୍ଥିତିରେ ସୁଧାର ଆସିଲା ପରେ ତାଙ୍କରୀ ମାଇନା କରାଯିବ ଏବଂ ଦୁଷ୍କର୍ମ କରାଯାଇଥିବା ସ୍ଥାନକୁ ଚିହ୍ନଟ କରିପାରିବେ ବୋଲି ପିଡିତା ଜଣଙ୍କ ପୋଲିସ କହିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.