Latest Odisha News

କେନ୍ଦ୍ରାପଡ଼ା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ମୃତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଅଁଳାବାଙ୍କ ଛକ ନିକଟରେ ରବିବାର ରାତିରେ ଏକ ଅଜଣା ଗାଡ଼ି ସହ କାର୍ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତକମାନେ ରାଜନଗର ବ୍ଲକ୍ ସ୍ଥିତ ଗୁପ୍ତି ଗ୍ରାମର ରାଜେଶ ଜେନା, ପଟ୍ଟାମୁଣ୍ଡାଇ ବ୍ଲକ୍ ବେଲତଳ ଗ୍ରାମର ଦେବାଶିଷ ସେଠୀ ଓ ଦୀପକ ଜଳନ୍ଧର ଏବଂ ହରେକୃଷ୍ଣ ସାହୁ ବୋଲି ଜଣାପଡିଥିବା ବେଳେ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରିନାହିଁ ।

ଅନ୍ୟପକ୍ଷରେ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିବା ନେଇ ଜଣାପଡିଛି ।

ଆହୁରି ମଧ୍ୟ ସମସ୍ତ ମୃତକମାନେ ଏକ ଡ୍ୟାନ୍ସ୍ ଏକାଡେମୀରେ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ ଏବଂ ଏହି ଦୁର୍ଘଟଣା ପାଖାପାଖି ରାତି ୧ଟା ୩୦ ସମୟରେ ଘଟିଥିବା ନେଇ ସୁତ୍ରରୁ ପ୍ରକାଶ ।

ମିଳିଥିବା ସୂଚନାନୁଯାୟୀ ମୃତକମାନେ ପାଣିକୋଇଲୀରୁ କେନ୍ଦ୍ରାପଡା ଟାଉନ ଅଭିମୁଖେ ଫେରୁଥିବାବେଳେ କୌଣସି କାରଣବଶତଃ ଡ୍ରାଇଭର ଜଣଙ୍କ ଅଚାନକ ଗାଡିର ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଗସ୍ତ ହୋଇଥିଲା । ଏଥିସହିତ ଘଟଣାସ୍ଥଳରେ ହିଁ ୫ଜଣଙ୍କ ମୃତ୍ୟୁ ଘଟିଥିଲା ।

ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଗୁରୁତର ଆହତଙ୍କ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

Leave A Reply

Your email address will not be published.