Latest Odisha News

BREAKING NEWS

ଆମେରିକାର ସଂସଦରେ ‘ମଲାଲା ୟୁସୁଫଜାଇ’ ସ୍କଲାରସିପ୍ ଆକ୍ଟ ପାରିତ

ୱାଶିଂଟନ୍: ଆମେରିକାର ସଂସଦରେ ମଲାଲା ୟୁସୁଫଜାଇ ସ୍କଲାରସିପ୍ ଆକ୍ଟ ପାରିତ ହୋଇଛି। ଏହା ପାକିସ୍ତାନୀ ମହିଳାମାନଙ୍କୁ ଉଚ୍ଚଶିକ୍ଷା ପାଇବାରେ ସାହାଯ୍ୟ କରିବ। କାରଣ ଏହି ଅଧିନିୟମ ଅନୁଯାୟୀ ଛାତ୍ରବୃତ୍ତି ସଂଖ୍ୟା ବୃଦ୍ଧି ପାଇବ। ଏହି ନିୟମ ୨୦୨୦ରେ ଲୋକସଭା ଦ୍ବାରା ପାରିତ ହୋଇଥିଲା। ବର୍ତ୍ତମାନ ଏହି ବିଲ୍ ହ୍ବାଇଟ୍‌ ହାଉସକୁ ଯାଇଛି ଯେଉଁଠାରେ ରାଷ୍ଟ୍ରପତି ଟ୍ରମ୍ପ ଏଥିରେ ଦସ୍ତଖତ କରିବେ ଏବଂ ଏହି ନୂଆ ଆଇ ପ୍ରଣୟନ ହେବ।

ଉଲ୍ଲେଖଯୋଗ୍ୟ, ସର୍ବଭାରତୀୟ ସ୍ତରରେ ପ୍ରତ୍ୟେକ ଯୁବତୀଙ୍କ ପାଇଁ ନୋବେଲ ବିଜେତା ମଲାଲା ୟୁସୁଫଜାଇ ଅନ୍ୟତମ ପ୍ରେରଣାଦାୟକ ବ୍ୟକ୍ତିତ୍ୱ। ଯିଏ ଅସମାନତା ବିରୁଦ୍ଧରେ ସବୁବେଳେ ସ୍ବର ଉତ୍ତୋଳନ କରୁଥିଲେ। ଅସମାନତା ବିରୁଦ୍ଧରେ ଉଠିବାକୁ ଇଚ୍ଛା କରୁଥିବା ଯୁବତୀମାନଙ୍କ ପାଇଁ ମଲାଲା ଏକ ଜୀବନ୍ତ ଉଦାହରଣ।

ଅକ୍ଟୋବର ୨୦୧୨ରେ, ସ୍କୁଲରୁ ଘରକୁ ଫେରୁଥିବା ସମୟରେ ମଲାଲାଙ୍କୁ ପାକିସ୍ତାନୀ ତାଲିବାନର ମୁଖ୍ୟ ଆକ୍ରମଣ କରିଥିଲେ। ମଲାଲାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ପାକିସ୍ତାନୀ ତାଲିବାନର ବିରୋଧ ସତ୍ବେ ୨୦୦୮ରେ ମଲାଲା ବାଳିକା ଏବଂ ମହିଳାଙ୍କ ପାଇଁ ଶିକ୍ଷାକୁ ନେଇ ସ୍ୱର ଉଠାଇବା ଆରମ୍ଭ କରିଥିଲେ। ୨୦୧୦ ପରଠାରୁ, ଉଚ୍ଚଶିକ୍ଷା ପାଇଁ USAID ଦ୍ୱାରା ପାକିସ୍ତାନର ମହିଳା ଏବଂ ବାଳିକାମାନଙ୍କ ପାଇଁ ୬୦୦୦ ରୁ ଅଧିକ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି।

Leave A Reply

Your email address will not be published.