Latest Odisha News

BREAKING NEWS

ଦୁର୍ଘଟଣାରେ ୨ ବାଇକ୍ ଆରୋହୀ ମୃତ, ଧକ୍କା ଦେଲା ପିକଅପ୍ ଭ୍ୟାନ୍

ଅନୁଗୁଳ: ଭୋଜି ସାରି ବିଳମ୍ବିତ ରାତିରେ ଘରକୁ ଫେରିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକଅପ୍ ଭ୍ୟାନ ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ । ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ପୋକୁଣ୍ଡା ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।

ମୃତକମାନେ ହେଲେ ସାପଘରା ପଞ୍ଚାୟତ ତୁମୁରିସିଂହା ଗାଁର କୀର୍ତ୍ତନ ନାୟକ ଓ ଖମାର ଗାଁର ଜଗଦୀଶ ସାହୁ। ଦୁହେଁ ନୂଆବର୍ଷ ଭୋଜି ସାରି ଏକ ବାଇକ‌ରେ ଠାକୁରଗଡ଼ରୁ ଖମାର ଅଭିମୁଖେ ଯାଉଥିଲେ । ଏତିକିବେଳେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍‌ ଭ୍ୟାନ ବାଇକ‌କୁ ଧକ୍କା ଦେଇଥିଲା ।
ଦୁର୍ଘଟଣା ଘଟାଇଥିବା ପିକଅପ‌ ଭ୍ୟାନ୍‌ ଡ୍ରାଇଭର ଫେରାର ହୋଇ ଯାଇଛି । ତାକୁ ଧରିବାକୁ ଉଦ୍ୟମ ଚଳାଇଛି ପୋଲିସ । ଦୁର୍ଘଟଣାଗ୍ରସ୍ତ ଦୁଇଟିଯାକ ଗାଡ଼ିକୁ ଜବତ କରି ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.