Latest Odisha News

BREAKING NEWS

 ନଅ ମାସ ପରେ ଖୋଲିବ ନୃସିଂହନାଥ ମନ୍ଦିର

ପାଇକମାଲ: ଚଳିତ ମାସ ୬ ତାରିଖରୁ ନୃସିଂହନାଥ ମନ୍ଦିର ଖୋଲିବ । ଗନ୍ଧମାର୍ଦ୍ଦନ ପାଦ ଦେଶରେ ଥିବା ନୃସିଂହନାଥ ମନ୍ଦିର ଦୀର୍ଘ ନଅ ମାସ ହେଲା ବନ୍ଦ ରହିବା ପରେ ଖୋଲିବା ପାଇଁ ନିଷ୍ପତ୍ତି ନିଆ ଯାଇଛି।

ପ୍ରଥମେ ସାତଦିନ ବରଗଡ଼ ଜିଲ୍ଲାର ଲୋକଙ୍କ ଦର୍ଶନ ପାଇଁ ଅନୁମତି ମିଳିବ। ଏଥିପାଇଁ କୋଭିଡ ନିୟମ ମାନି ସାମାଜିକ ଦୂରତା ରଖି ଦର୍ଶନ ବ୍ୟବସ୍ଥା କରାଯିବ। ଦର୍ଶନ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ। ତେର ତାରିଖରୁ ମାସର ଶେଷ ପର୍ଯ୍ୟନ୍ତ ରାଜ୍ୟର ଅନ୍ୟ ଜିଲ୍ଲାର ଶ୍ରଦ୍ଧାଳୁ ୭୨ଘଣ୍ଟାର କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ଦର୍ଶନ କରିପାରିବେ। ଠାକୁରଙ୍କ ହରିହର ପଙ୍ଗତ ଭୋଗ ହେବ , ବିକ୍ରି ପାଇଁ ଅନ୍ନଭୋଗ ହେବ , ବିକ୍ରି ପାଇଁ ଅନ୍ନଭୋଗ ହେବ ନାହିଁ ।

Comments are closed.