ନୂଆଦିଲ୍ଲୀ: ଭାରତ ବାୟୋଟେକ୍ କରୋନା ଟିକା କୋଭାକ୍ସିନକୁ ଜରୁରୀ ବ୍ୟବହାର ପାଇଁ DCGI ଅନୁମତି ଦେବାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ। ଏହାପରେ ଆଜି ସମାଲୋଚକ ଙ୍କୁ କଡାଗଣ୍ଡା ଜବାବ ଦେଇଛନ୍ତି ଭାରତ ବାୟୋଟେକ ଏମଡି କ୍ରିଷ୍ଣା ଏଲ୍ଲା। ସେ କହିଛନ୍ତି, ବିଶ୍ବବ୍ୟାପୀ ଲୋକଙ୍କୁ ଟିକା ଉପଲବ୍ଧ କରାଇବା କମ୍ପାନୀର ଲକ୍ଷ୍ୟ। ଏଭଳି ସମୟରେ ଟିକାର ରାଜନୀତିକରଣରେ କମ୍ପାନୀ କୌଣସି ରାଜନୈତିକ ଦଳ ସହ ସଂଶ୍ଲିଷ୍ଟ ନୁହେଁ।
ଟିକା ଉଦ୍ଭାବନ କ୍ଷେତ୍ରରେ ଭାରତ ବାୟୋଟେକର ବଡ଼ ଅଭିଜ୍ଞତା ରହିଛି ବୋଲା କ୍ରିଷ୍ଣା ଏଲ୍ଲା କହିଛନ୍ତି। ସେ କହିଛନ୍ତି, କୋଭାକ୍ସିନର କେବଳ ଭାରତରେ ନୁହେଁ ବ୍ରିଟେନ ସମେତ ୧୨ଟି ଦେଶରେ ଏହାର କ୍ଲିନିକାଲ ଟ୍ରାଏଲ ହୋଇଛି। ପାକିସ୍ତାନ, ନେପାଳ, ବାଂଲାଦେଶ ସହ ଅନେକ ଦେଶରେ କ୍ଲିନିକାଲ ଟ୍ରାଏଲ ଚାଲିଛି।
ଭାରତ ବାୟୋଟେକ୍ ଗୋଟିଏ ଅନ୍ତଃରାଷ୍ଟ୍ରୀୟ କମ୍ପାନୀ। ଅନେକ କୋଭାକ୍ସିନ ଟିକାର ତଥ୍ଯ ସମ୍ପର୍କରେ ପ୍ରଶ୍ନ ଉଠାଉଥିବା ବେଳେ ୭୦ରୁ ଅଧିକ ଜର୍ଣ୍ଣାଲରେ ଏସମ୍ପର୍କିତ ତଥ୍ଯ ପ୍ରକାଶ ପାଇଥିବା କହିଛନ୍ତି କ୍ରିଷ୍ଣା ଏଲ୍ଲା। ଭାରତ ବାୟୋଟେକ୍ ଟିକା କୁ ଅନୁମତି ମିଳିବା ଦେଶ ପାଇଁ ଏକ ଗୌରବର କଥା। ବୈଜ୍ଞାନିକ ଙ୍କ ଦକ୍ଷତାର ଏହା ଏକ ମାଇଲଖୁଣ୍ଟ ବୋଲି କ୍ରିଷ୍ଣା ଏଲ୍ଲା କହିଛନ୍ତି।
Comments are closed.