Latest Odisha News

BREAKING NEWS

ଓଡ଼ିଶାରେ ୩ ଲକ୍ଷ ୨୬ ହଜାର ଟପିଲା ଆରୋଗ୍ୟ ମାମଲା

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୯୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୬ ହଜାର ୫୦୭ରେ ପହଞ୍ଚିଛି।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।

ଆରୋଗ୍ୟଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୪୯, ଅନୁଗୁଳରୁ ୪୮, କଟକରୁ ୨୪, କେନ୍ଦ୍ରାପଡ଼ରୁ ୧୬, ଖୋର୍ଦ୍ଧା ଓ ମୟୂରଭଞ୍ଜରୁ ୧୨ ଜଣ ଲେଖାଏଁ, ବାଲେଶ୍ୱର ଓ କେନ୍ଦୁଝରରୁ ୧୫ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୧୪, ଯାଜପୁରରୁ ୧୩, ବରଗଡ଼ ଓ ବଲାଙ୍ଗୀରରୁ ୧୦ ଜଣ ଲେଖାଏଁ, ଗଞ୍ଜାମ ଓ ନବରଙ୍ଗପୁରରୁ ୬ ଜଣ ଲେଖାଏଁ, ସମ୍ବଲପୁରରୁ ୮, ମାଲକାନଗିରିରୁ ୧, ଦେବଗଡ଼, ଭଦ୍ରକ ଓ ଜଗତସିଂହପୁରରୁ ୫ ଜଣ ଜଣ ଲେଖାଏଁ, ନୂଆପଡ଼ାରୁ ୪, ରାୟଗଡ଼ାରୁ ୩, ବୌଦ୍ଧ, କଳାହାଣ୍ଡି, କୋରାପୁଟ ଓ ନୟାଗଡ଼ରୁ ୨ ଜଣ ଲେଖାଏଁ ଓ ଷ୍ଟେଟ୍ ପୁଲ୍‌ରୁ ୮ ଜଣ ରହିଛନ୍ତି।

Leave A Reply

Your email address will not be published.