Latest Odisha News

BREAKING NEWS

ରାଜ୍ୟରେ କମୁଛି ଶୀତର ପ୍ରକୋପ

ଭୁବନେଶ୍ୱର: ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବା ସହ କମୁଛି ଶୀତର ପ୍ରକୋପ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ,

ଆଗାମୀ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ଆଉ ୨-୩ ଦିନ ଡିଗ୍ରୀ ଯାଏଁ ବଢ଼ିବାର ସମ୍ଭାବନା ଅଛି।

ମଙ୍ଗଳବାର ରାତିରୁ ଗୁରୁବାର ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୩-୪ ଡିଗ୍ରୀ ସେଲସିୟସ୍‌ ବଢ଼ିବା ସହ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମିବ। ଏହାସହ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ତାପମାତ୍ରା ବଦଳିବ ନାହିଁ ବୋଲି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଛନ୍ତି। ଏହାସହ ଆସନ୍ତା ଗୁରୁବାର ସୁଦ୍ଧା ଦିନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବଢ଼ିପାରେ ବୋଲି ଆକଳନ କରାଯାଇଛି ।

ଆହୁରି ମଧ୍ୟ ବୌଦ୍ଧ ଓ କନ୍ଧମାଳ ସମେତ ୪ ଉପକୂଳ ଜିଲ୍ଲା ଯଥା କଟକ, ଜଗତସିଂହପୁର, ଭଦ୍ରକ, ଖୋର୍ଧାରେ ଆସନ୍ତା ୩ ଦିନ ଘନ କୁହୁଡ଼ି ଦେଖାଯିବ। ଏହାବ୍ୟତୀତ ଅନ୍ୟ କିଛି ଜିଲ୍ଲା‌ରେ ମଧ୍ୟ ହାଲ୍‌କା କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏପରି ଆକଳନ କରାଯାଇଛି। କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୩ ଦିନ ରାଜ୍ୟର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ବଢ଼ିବ। ଫଳରେ ଶୀତ କମିବା ନେଇ ବିଭାଗ ପକ୍ଷରୁ ସୂଚନା।

Comments are closed.