ମୁମ୍ବାଇ: ବଲିଉଡର ଦୁଇ ଖାନ ଭାଇ ସୋହେଲ ଓ ଆରବାଜଙ୍କ ନାଁ ରେ ଥାନାରେ ମାମଲା ରୁଜୁ କଲା ବ୍ରିହନ୍ମୁମ୍ବାଇ ମୁନିସିପାଲିଟି କର୍ପୋରେସନ(ବିଏମ୍ସି)।
କୋଭିଡ୍-୧୯ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ସୋମବାର ଦିନ ଏହି ଦୁଇ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ସୂଚନା।
ସୂଚନାନୁସାରେ, ଅରବାଜ ଓ ସୋହେଲ ଖାନ୍ ଓ ସୋହେଲଙ୍କ ପୁଅ ନିର୍ବାଣ ଖାନ୍ ଗତ ଡିସେମ୍ବର ୨୫ରେ ଦୁବାଇରୁ ମୁମ୍ବାଇ ଫେରିଥିବା ବେଳେ ନିୟମ ମୁତାବକ କ୍ଵରେଣ୍ଟାଇନରେ ନରହି ସିଧା ନିଜ ଘରକୁ ଯାଇଥିଲେ।
ସୂଚନାନୁସାରେ, ସେମାନଙ୍କୁ ଏକ ହୋଟେଲ୍ରେ ଆଇସୋଲେସନ୍ରେ ରହିବାକୁ କୁହାଯାଇଥିଲେ ବି ସେମାନେ ନମାନି ସିଧା ଘରକୁ ପଳାଇଥିଲେ। ଏହାସହ ହୋଟେଲ୍ ତାଜ୍ରେ ସେମାନେ ରହିଥିବା ଏକ ନକଲି ଅଣ୍ଡର୍ଟେକିଂ ଦେଇ ନିଜ ବାନ୍ଦ୍ରାସ୍ଥିତ ବାସଭବନକୁ ଚାଲି ଯାଇଛନ୍ତି।
କୋଭିଡ୍-୧୯ ନିମୟ ଉଲଙ୍ଘନ ଅଭିଯୋଗରେ ବିଏମ୍ସି ଟିମ୍ ସେମାନଙ୍କ ନାଁ ରେ ଅଭିଯୋଗ କରିଥିବା ସୂଚନା।
Comments are closed.