Latest Odisha News

BREAKING NEWS

ଚିଲିକାରେ ବାର୍ଷିକ ପକ୍ଷୀ ଗଣନା ଜାରି

ବାଲୁଗାଁ: ଚିଲିକାରେ ଚଳିତ ବର୍ଷ ପକ୍ଷୀ ଗଣନା ମଙ୍ଗଳବାର ଦିନଠାରୁ ଆରମ୍ଭ ହୋଇଛି ।

ଚିଲିକା ଅନ୍ତର୍ଗତ ଟାଙ୍ଗି, ବାଲୁଗାଁ, ରମ୍ଭା, ସାତପଡା ଏବଂ ନୂଆପଡ଼ା ପାଞ୍ଚଟି ରେଞ୍ଜରେ ଆରମ୍ଭ ହୋଇଛି।

୧୧୧ରୁ ଅଧିକ ବନ ଅଧିକାରୀ, ବିଶେଷଜ୍ଞ, ସ୍ବେଚ୍ଛାସେବୀ ଏବଂ ପରିବେଶବିତ ଆଦିଙ୍କୁ ନେଇ ୨୧ଟି ଟିମ୍ ଆଜି ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ‌ କରିଛନ୍ତି। ବାର୍ଷିକ ପକ୍ଷୀ ଗଣନା ପାଇଁ ଏହି ବର୍ଷ ୨୧ ଟି ଦଳ ଗଠନ କରାଯାଇଛି ଏବଂ ପ୍ରତ୍ୟେକ ଦଳରେ ପାଞ୍ଚରୁ ଛଅ ଜଣ ସଦସ୍ୟ ରହିଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଚିଲିକାକୁ ସାଧାରଣତଃ ନାଇଜେରିଆ, ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ପାକିସ୍ତାନ ଭଳି ପାଖାପାଖି ୨୨ରୁ ଅଧିକ ଦେଶରୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ ।

Leave A Reply

Your email address will not be published.