Latest Odisha News

BREAKING NEWS

ଭୁବନେଶ୍ୱର ଶିଶୁ ଭବନ ଛକରେ ପୋଲିସ-ଛାତ୍ର କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର: ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ଘଟଣା ପ୍ରତିବାଦରେ ସାରା ରାଜ୍ୟରେ ଆନ୍ଦୋଳନ ଚାଲିଛି । ଭୁବନେଶ୍ୱର ଶିଶୁଭବନ ଛକରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ ଆନ୍ଦୋଳନ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ଏତିକିବେଳେ ଶିଶୁଭବନ ଛକରେ ବ୍ୟାରିକେଡ ଭାଙ୍ଗିଛନ୍ତି କଂଗ୍ରେସ କର୍ମୀ ।

ମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯିବା ବେଳେ ଆନ୍ଦୋଳନକାରୀଙ୍କୁ ଅଟକାଇଥିଲା ପୋଲିସ । କିଛି କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଇଛି । ଆନ୍ଦୋଳନକାରୀ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ମନ୍ତ୍ରୀଙ୍କୁ ବହିଷ୍କାର କରା ନଗଲେ ଅଣ୍ଡାମାଡ଼ ହେବ ବୋଲି ଚେତେଇ ଦେଇଛନ୍ତି ।

Leave A Reply

Your email address will not be published.