Latest Odisha News

BREAKING NEWS

ୱେବ୍ ସିରିଜ୍ ଓ କପିଲଙ୍କୁ ନେଇ ନୂଆ ଖବର

ମୁମ୍ବାଇ: ବେଶ କିଛିଦିନ ଧରି ଜୋର ଧରିଥିଲା ଚର୍ଚ୍ଚା । ୱେବ୍ ସିରିଜରେ ଡେବ୍ୟୁ କରିବେ କମେଡି କିଙ୍ଗ କପିଲ ଶର୍ମା । ଏ ନେଇ ସୋସିଆଲ ମିଡିଆ ଓ ଟିଭିରେ ଅନେକ କଳ୍ପନାଜଳ୍ପନା ବି ସାମ୍ନାକୁ ଆସିଥିଲା । ତେବେ ନିକଟରେ ଓଟିଟି ପ୍ଲାଟଫର୍ମରେ ପାଦ ଥାପିବା ନେଇ ଖୋଦ କପିଲ ଘୋଷଣା କରିଛନ୍ତି ।

ନେଟଫ୍ଲିକ୍ସ ପ୍ଲାଟଫର୍ମରେ ୱେବ୍ ସିରିଜ ପାଇଁ ହଁ ଭରିଛନ୍ତି କପିଲ ଶର୍ମା । ଏକ ଭିଡିଓରେ ସେ ଡିଜିଟାଲ ପ୍ଲାଟଫର୍ମରେ ଏଣ୍ଟ୍ରି କରିବା ନେଇ ଘୋଷଣା କରିଛନ୍ତି । ପୂର୍ବରୁ କପିଲଙ୍କ ପରଫର୍ମାନ୍ସକୁ କେବଳ ଭାରତୀୟ ଦର୍ଶକ କିମ୍ବା ତାଙ୍କ ବିଦେଶୀ ଫଲୋଅର୍ସ ମାନେ ହିଁ ଦେଖୁଥିଲେ । ହେଲେ ନେଟଫ୍ଲିକ୍ସ ଜରିଆରେ କପିଲ ୧୯୦ଟି ଦେଶର ଦର୍ଶକଙ୍କ ନିକଟରେ ପହଂଚିପାରିବେ ।

ନେଟଫ୍ଲିକ୍ସର ପ୍ରୋଜେକ୍ଟକୁ ନେଇ କପିଲ ବେଶ ଉତ୍ସାହିତ ଥିବା ଜଣାପଡିଛି । ତେବେ ଟିଭିକୁ ବାଦ୍ ଦେଲେ କପିଲଙ୍କ ଫିଲ୍ମ ଏତେଟା ସଫଳ ହୋଇପାରିନଥିଲା । ଏପରି ସ୍ଥିତିରେ କପିଲ ଓଟିଟି ଫ୍ଲାଟଫର୍ମରେ ସଫଳତା ହାସଲ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଆଶା କରାଯାଉଛି ଓଟିଟି ପ୍ଲାଟଫର୍ମରେ ବି କପିଲ ଟିଭି ଭଳି ଲୋକପ୍ରିୟତା ହାସଲ କରିବାରେ ସଫଳ ହେବେ ।

Leave A Reply

Your email address will not be published.