Latest Odisha News

BREAKING NEWS

ଟ୍ରେନ୍ ରହଣି ଦାବିରେ ରେଙ୍ଗାଳିଠାରେ ରେଳରୋକ, ୧୨ ଘଣ୍ଟିଆ ବନ୍ଦ ପାଳନ

ସମ୍ୱଲପୁର: ଟ୍ରେନ ରହଣି ଦାବିରେ ରେଳରୋକ । ସମ୍ୱଲପୁର ଜିଲ୍ଲା ରେଙ୍ଗାଲିଠାରେ ଧାନବାଦ-ଏଲଏପି ଟ୍ରେନ୍ ପୁନଃ ରହଣି ଦାବିରେ ଆଜି ରେଳରୋକ କରାଯାଇଛି । ଏହାସହ ନାଗରିକ କ୍ରିୟାନୁଷ୍ଠାନ କମିଟି ଡାକରାରେ ୧୨ ଘଣ୍ଟିଆ ରେଙ୍ଗାଲି ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଙ୍ଗାଲି ଷ୍ଟେସନଠାରେ ରେଳରୋକ କରାଯାଇଛି । ଫଳରେ ଅଟକିଛି ରାଉରକେଲା-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍ ।

ଏହାସହ ରେଙ୍ଗାଲିରେ ବନ୍ଦ ରହିଛି ଦୋକାନ ବଜାର । ଅଭିଯୋଗ ହୋଇଛି, ପୂର୍ବରୁ ରେଙ୍ଗାଲିଠାରେ ଧାନବାଦ-ଏଲଏପି ଟ୍ରେନ ରହୁଥିଲା । କିନ୍ତୁ ଲକଡାଉନ ପରେ ରହଣି ବନ୍ଦ କରିବାରୁ ଲୋକଙ୍କ ଭିତପେ ଅସନ୍ତୋଷ ଦେଖାଦେଇଛି । ପୂର୍ବରୁ ଡିଆରଏମଙ୍କୁ ଭେଟି ଦାବି ଜଣାଇଥିଲେ । ସୁଫଳ ନମିଳିବାରୁ ଆନ୍ଦୋଳନକୁ ଓହ୍ଲାଇଛି ନାଗରିକ କ୍ରିୟାନୁଷ୍ଠାନ କମିଟି ।

Leave A Reply

Your email address will not be published.