Latest Odisha News

କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ । ଜିଲ୍ଲାର ବାଲିଗୁଡ଼ା, ଦାରିଙ୍ଗବାଡ଼ି, ରାଇକିଆ, ଟିକାବାଲି, ମୋହନା ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି । ରାତି ପ୍ରାୟ ୯ଟା ୪୫ ମିନିଟରେ ଅଳ୍ପ ସମୟ ପାଇଁ ଝଟକା ଅନୁଭବ କରିଥିଲେ ଲୋକ ।

ରିକ୍ଟକ ସ୍କେଲର ଭୂକମ୍ପର ତୀବ୍ରତା ୩.୨ଥିଲା । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ. ଆର. ବିଶ୍ୱାସ ସୂଚନା ଦେଇଛନ୍ତି । ପାଖାପାଖି ୫-୬ ସେକେଣ୍ଡ ପାଇଁ କମ୍ପନ ଅନୁଭୂତ ହୋଇଥିଲା । ଭୟରେ ଲୋକେ ଘର ବାହାରକୁ ଚାଲିଆସିଥିଲେ । କ୍ଷୟକ୍ଷତିର କୌଣସି ସୂଚନା ନାହିଁ ।

Leave A Reply

Your email address will not be published.