Latest Odisha News

ସିଡନୀ ଟେଷ୍ଟ ଡ୍ର: ଲଢ଼ିଲେ ଅଶ୍ୱିନ-ହନୁମା ବିହାରୀ, ଭାଗିଦାରୀ ଇନିଂସ ଖେଳିଲେ ପୂଜାରା-ପନ୍ଥ

ସିଡନୀ: ଭାରତ-ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟ ଡ୍ର ହୋଇଛି । ବିଶାଳ ୪୦୭ ରନ୍ ବିଜୟ ଲକ୍ଷ୍ୟକୁ ଦେଢ଼ ଦିନରେ ପାର କରିବା ସମ୍ଭବ ହେଲାନି । କିନ୍ତୁ ଅଷ୍ଟ୍ରେଲିଆ ହାତରୁ ବିଜୟ ବାଜିକୁ ପଲଟାଇ ଦେଲା ଟିମ୍ ଇଣ୍ଡିଆ । ଶେଷ ଦିନରେ ଧୈର୍ୟ୍ୟର ସହ କଙ୍ଗାରୁ ବାହିନୀ ବୋଲରଙ୍କୁ ସାମନା କରିଥିଲେ ଅଶ୍ୱିନ ଓ ହନୁମା ବିହାରୀ ଯୋଡ଼ି । ଇନିଂସ ସମାପ୍ତି ଯାଏ ଲଢ଼େଥିଲେ । ସେହିପରି ପୂଜାରା-ପନ୍ଥ ଯୋଡ଼ି ୬୫ ବଲରୁ ହାସଲ କରିଥିଲେ ୧୪୮ ରନ୍ । ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ବଳରେ ତୃତୀୟ ଟେଷ୍ଟକୁ ଡ୍ର ରଖିଲା ଟିମ୍ ଇଣ୍ଡିଆ ।

ସିଡନୀ ଟେଷ୍ଟରେ ଭାରତ ଆଗରେ ୪୦୭ ରନ୍ ଟାର୍ଗେଟ ଦେଇଥିଲା ଅଷ୍ଟ୍ରେଲିଆ । ଦ୍ୱିତୀୟ ଇନିଂସରେ ଭାରତ ୫ ଓ୍ୱିକେଟ ହରାଇ ୩୩୪ ରନ୍ କରିଥିଲା । ରୋହିତ ଶର୍ମା ଓ ଶୁଭମନ ଗିଲ୍ ଭଲ ଆରମ୍ଭ କରିଥିଲେ ବି ବେଶୀ ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ । ଏମାନଙ୍କ ପରେ ଅଧିନାୟକ ଆଜିଙ୍କ୍ୟ ରାହାଣେ ବି ଶୀଘ୍ର ପାଭିଲ୍ ଫେରିଥିଲେ । ଇନିଂସ ସମ୍ଭାଳିଥିଲେ ଚେତେଶ୍ୱର ପୂଜାରା ଓ ରିଷଭ ପନ୍ଥ । ଏଦୁହେଁ ଭାରତକୁ ପରାଜୟକୁ ବଞ୍ଚାଇ ଦେଇଥିଲେ ।

ରିଷଭ ପନ୍ଥ ୯୭ ଓ ପୂଜାରା ୭୭ ରନ୍ କରିଥିଲେ । ଅଶ୍ୱିନ ୩୯ ଓ ହନୁମା ବିହାରୀ ୨୩ ରନନ କରି ଶେଷ ଯାଏ ଅପରାଜିତ ରହିଥିଲେ । ଭାରତ ପ୍ରଥମ ଇନିଂସରେ ୨୪୪ ରନ୍ କରିଥିଲା । ସେହିପରି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ ରନ୍ ଓ ଦ୍ୱିତୀୟ ଇନିଂସରେ ୩୧୨ରନରେ ପାଳି ଘୋଷଣା କରିଥିଲା । ଏବେ ସିରିଜ ୧-୧ରେ ବରାବର ରହିଛି । ବ୍ରିସବେନରେ ଖେଳାଯିବ ସିରିଜର ଶେଷ ଟେଷ୍ଟ ମ୍ୟାଚ୍ ।

Leave A Reply

Your email address will not be published.