Latest Odisha News

କୃଷି ଆଇନ ଓ ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ରକୁ କଡ଼ା ଭର୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ଓ ଏହାକୁ ବିରୋଧ କରି ଚାଷୀ ସଂଗଠନ ଚଳାଇଥିବା ଆନ୍ଦୋଳନକୁ ନେଇ କେନ୍ଦ୍ର ଉପରେ ସୁପ୍ରିମକୋର୍ଟ ଖପ୍ପା । ଆଜି ଏସମ୍ପର୍କିତ ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ହାଜିର କରିଛନ୍ତି ସର୍ବୋଚ୍ଚ ଅଦାଲତ । ଆପୋଷ ବୁଝାମଣା ନେଇ କେନ୍ଦ୍ରର ଭୂମିକା ଉପରେ ଅସନ୍ତୋଷ ବ୍ୟକ୍ତି କରିଛନ୍ତି କୋର୍ଟ ।

ପ୍ରଧାନ ବିଚାରପତି ଜଷ୍ଟିସ ଏସ. ଏ. ବୋବଡେଙ୍କ ଖଣ୍ଡପୀଠ କହିଛନ୍ତି, ଯାହା କିଛି ଚାଲିଛି ଆମେ ଖୁସି ନାହୁଁ । ପ୍ରଧାନ ବିଚାରପତି କହିଛନ୍ତି, ଯଦି କେନ୍ଦ୍ର ସରକାର କୃଷି ଆଇନକୁ ସ୍ଥଗିତ ନରଖିବେ ଆମେ ଏଥିରେ ସ୍ଥଗିତାଦେଶ ଲଗାଇବୁ । ଆଇନକୁ ବିରୋଧ କରି ଲୋକ ଜୀବନ ହାରୁଛନ୍ତି । କିନ୍ତୁ ସରକାର ଏଥିରେ ରୋକ ଲଗାଉ ନାହାନ୍ତି । ଯାହା କିଛି ହେଉଛି ଏଥିପାଇଁକେନ୍ଦ୍ର ସରକାର ଉତ୍ତରଦାୟୀ ରହିବେ ।

ଏହାସହ ପ୍ରଧାନ ବିଚାରପତି କହିଛନ୍ତି, ସରକାର ଏଯାଏଁ ସମସ୍ୟାର ସମାଧାନ କରିପାରିଲେନି । ଚାଷୀଙ୍କ ସହ କି ପ୍ରକାର ଆଲୋଚନା ଓ କି ପ୍ରକାର ବୁଝାମଣା ହେଉଛି ବୋଲି ପ୍ରଶ୍ନ କରିଛନ୍ତି । ସରକାରଙ୍କ କୋର୍ଟ କହିଛନ୍ତି, ଆପଣ ସମାଧାନ ନା ସମସ୍ୟାର ଅଂଶ ଆମେ ଜାଣି ନାହିଁ । ଆମେ ଏକ କମିଟି ଗଠନ କରିବାକୁ ଯାଉଛୁ, ଯଦି କାହାର କିଛି ଅସୁବିଧା ଅଛି ତେବେ ସେ କହିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Leave A Reply

Your email address will not be published.